ଯାଜପୁରରେ ବ୍ୟାପିଲା ଝାଡ଼ାବାନ୍ତି

ାାପ୍ରଭାନୁ୍ୟଜାାଯାଜପୁର/ବ୍ୟାସନଗର :  ଯାଜପୁର ଜିଲାରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି  । ଝାଡ଼ାବାନ୍ତିରେ ୩ ଶହରୁ ଅଧିକ  ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କ ମୃତୁ୍ୟ ଘଟିଛି  । ଅପରପକ୍ଷରେ ଏହାର ଭୟାବହତାକୁ ଲକ୍ଷ୍ୟ କରି ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ସ୍ଥିତି ପରଖିଛନ୍ତି  । ସେହିପରି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଯାଞ୍ଚ ଆରମ୍ଭ କରିଦେଇଛନ୍ତି  ।
ମୃତକ ମଧ୍ୟରୁ ଜଣେ ଯାଜପୁର ରୋଡ, ଜଣେ କୋରେଇ ଏବଂ ଅନ୍ୟଜଣେ ମୟୁରଭଞ୍ଜ ଅଞ୍ଚଳର ହୋଇଥିବା ଜଣାପଡ଼ିଛି  । ଯାଜପୁର ରୋଡ଼ ମେଡ଼ିକାଲରେ ଚିକିସôାଧିନ ଅବସ୍ଥାରେ ପୈାରାଞ୍ଚଳ ଡ଼ାକବଙ୍ଗଳା ଛକ ନିକଟ ଆଇସକ୍ରିମ ଫ୍ୟାକ୍ଟ୍ରି ନିକଟରେ ରହୁଥିବା ତୋଲାରାମ ଶର୍ମା(୬୯) ଗୁରୁତର ଅବସ୍ଥାରେ ଆଜି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ  । ତାଙ୍କର ଚିକିସôା ଚାଲୁଥିବା ସମୟରେ ସନ୍ଧ୍ୟା ସମୟରେ ମୃତୁ୍ୟ ଘଟିଥିଲା । ମୃତ ତୋଲାରାମ ଲଗାତାର ୩୦ରୁ ଅଧିକ ଝାଡ଼ା ସହ ବାନ୍ତି କରି ଗୁରୁତର ହୋଇପଡ଼ିଥିଲେ । ମେଡ଼ିକାଲରେ ଚିକିସôାଧିନ ସମୟରେ ଅକ୍ସିଜେନ ଲେବଲ କମିଯିବାରୁ ମୃତୁ୍ୟ ଘଟିଥିଲା । ସେହିପରି ଅନ୍ୟତମ ମୃତକ ମୟୁରଭଞ୍ଜ ଜିଲ୍ଲା ସୁନାପସୀ ଗାଁର ଦିଗାମ୍ବର ପାତ୍ରଙ୍କ ପୁଅ ସନନ୍ତ (୩୦) ହୋଇଥିବା ବେଳେ ସେ ସ୍ଥାନୀୟ ଅଞ୍ଚଳରେ ରହି କଳିଙ୍ଗନଗର ଶିଳ୍ପାଞ୍ଚଳରେ କାମ କରୁଥିଲେ । ସେହିପରି କୋରେଇ ମେଡ଼ିକାଲରେ ଚିକିତ୍ସିତ ହେଉଥିବା କୋରେଇ ବ୍ଳକ ଅନ୍ତର୍ଗତ ତୁଳସୀ ପଞ୍ଚାୟତର ସୁନ୍ଦରପୋଖରୀ ଗାଁର ଅଞ୍ଜନା ଜେନା(୫୮)ଙ୍କର ମଧ୍ୟ ମୃତୁ୍ୟ ହୋଇଯାଇଛି  । ଯାଜପୁର ରୋଡ଼, ଦାନଗଦୀ କେବଳ ନୁହେଁ ଜିଲାର ଅଧିକାଂଶ ମେଡ଼ିକାଲରେ ଝାଡ଼ାବାନ୍ତି ରୋଗୀ ଭର୍ତ୍ତିି ହେବାରେ ଲାଗିଛନ୍ତି ।  ମିଳିଥିବା ସୂଚନା ମତେ ଯାଜପୁର ମୁଖ୍ୟ ଚିକିସôାଳୟରେ ଶହେରୁ ଅଧିକ ରୋଗୀ ଭର୍ତ୍ତି ହୋଇଥିବା ବେଳେ ଯାଜପୁର ରୋଡ଼ରେ ୬୦, ଦାନଗଦୀରେ ୩୮, ଧର୍ମଶାଳାରେ ୧୦୦, ମାର୍କଣ୍ଡପୁରରେ ୭, ମଙ୍ଗଳପୁରରେ ୧୨, କୋରେଇରେ ୭, ସୁକିନ୍ଦାରେ ୩୨ ରୋଗୀ ଭର୍ତ୍ତି ହୋଇଛନ୍ତି  । ଚିକିସôା ପରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ଅନେକଙ୍କୁ କଟକ କିମ୍ବା ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଝାଡ଼ାବାନ୍ତି ବ୍ୟାପିବା ଖବର ମିଳିବା ପରେ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ମୁଖ୍ୟ ଚିକିସôାଳୟ ସହ ଯାଜପୁର ରୋଡ଼ ମେଡ଼ିକାଲରେ ପହଁଚି ସ୍ଥିତି ଅନୁଧ୍ୟାନ କରିଥିଲେ  । ଏହାସହ ବରିଷ୍ଠ ଅଧିକାରୀଙ୍କ ସହ ଅଲୋଚନା କରିଛନ୍ତି  । ଜିଲାପାଳଙ୍କ ନିଦେ୍ର୍ଦଶରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରୁ ୩ ଜଣ ଡାକ୍ତରୀ ଦଳ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ହୋଇଥିବା ବେଳେ ମହାରାଜା ଯଯାତିକେଶରୀ ମେଡିକାଲ କଲେଜ୍ର ଡାକ୍ତରୀଦଳ ସୁକିନ୍ଦା, ଦାନଗଦୀ, କୋରେଇ, ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚି ରୋଗୀମାନଙ୍କର ଚିକିତ୍ସାରେ ଲାଗିପଡ଼ିଛନ୍ତି । ଜିଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ ଚନ୍ଦ୍ର ବଳ, ଏଡ଼ିଏମଓଙ୍କ ସହ ମେଡ଼ିକାଲ ଟିମ ମେଡ଼ିକାଲରୁ ମେଡ଼ିକାଲ ଘୁରିବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଝାଡ଼ାବାନ୍ତି ବ୍ୟାପିକାର କାରଣ ତଲାସୁଛନ୍ତି । ଝାଡ଼ାବାନ୍ତି କେଉଁଠି ପାଣି ତ କେଉଁଠି ଖାଦ୍ୟ କାରଣରୁ ବ୍ୟାପିଥିବାର ସ୍ୱାସ୍ଥ୍ୟ ବିଭାଗ ଅନୁମାନ ଲଗାଇଥିବା ବେଳେ ଦୁଇଦିନ ଭିତରେ କେଉଁଠି ଭୋଜି ଭାତ ଏବଂ କେଉଁ ସ୍ଥାନରେ ହୋଇଥିଲା, ତାହା ଖୋଳତାଡ଼ କରିଛନ୍ତି । ଏହାର ସନ୍ଧାନ ନେବା ପରେ ସ୍ୱାସ୍ଥ୍ୟ ଟିମ୍ ପାନୀୟ ଜଳ ଯାଞ୍ଚ ପାଇଁ ୱାଟକୋ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏହା ସହ କିଛି ହୋଟେଲରେ ପହଁଚି ପରୀକ୍ଷା ପାଇଁ ପାଣି ସଂଗ୍ରହ କରିଥିବା ଜଣାପଡ଼ିଛି । ବିଭାଗକୁ ମିଳିଥିବା ଯାଞ୍ଚରେ ଘରୋଇ ନଳକୂପ ପାଣି ବ୍ୟବହାର କରିଥିବା ଅନେକ ଆକ୍ରାନ୍ତ ହୋଇଛନ୍ତି  ।