ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ ପାଳିତ
ବେତନଟୀ: ମୟୂରଭଞ୍ଜର ମହାରାଜା ସ୍ୱର୍ଗତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୪ତମ ଜୟନ୍ତୀ ସ୍ଥାନୀୟ ରେଳ ଷ୍ଟେସନ ଛକରେ ପାଳିତ ହୋଇଯାଇଛି । ସିଭିଲ ସୋସାଇଟି ଆହ୍ୱାନରେ ମୟୂର ସାହିତ୍ୟ ସଂସଦ ଓ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଦସ୍ୟଙ୍କ ଉପସ୍ଥିତିରେ ଜୟନ୍ତୀ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଚୂଡାମଣି ମହାପାତ୍ର ସଭାପତିତ୍ୱ କରିଥିବାବେଳେ ସଂପାଦକ ଆଡଭୋକେଟ ସଚ୍ଚିଦାନନ୍ଦ ମହାନ୍ତି ଯୋଗ ଦେଇ ମହାରାଜାଙ୍କ ଗୁଣାବଳୀର ଉଚ୍ଚପ୍ରଶଂସା କରିଥିଲେ । ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ରବୀନ୍ଦ୍ରନାଥ ମିଶ୍ର, ହରିଶଚନ୍ଦ୍ର ନନ୍ଦ ଗୋସ୍ୱାମୀ, ଯତୀନ୍ଦ୍ରନାଥ ସାହୁ, ବାସୁଦେବ ନାପିତ, ବିଜୟ କୁମାର ଦ୍ୱିବେଦୀ, ରମାନାଥ ବାରିକ, ରବୀନ୍ଦ୍ର ନାଥ ଖଟୁଆ ଓ ଅଜୟକୁମାର କର ପ୍ରମୁଖ ମହାରାଜାଙ୍କ ନିଜ ଜିଲ୍ଲା ଓ ଓଡ଼ିଶା ପ୍ରତି ମହାନ୍ ଅବଦାନର ଭୂୟସୀ ପ୍ରଶଂସା କରିଥିଲେ । ଶେଷରେ ସୋସାଇଟିର କୋଷାଧ୍ୟକ୍ଷ ହରେନ୍ଦ୍ରନାଥ ବାରିକ ଧନ୍ୟବାଦ ଜ୍ଞାପନ କରିଥିଲେ ।