ନବବର୍ଷରେ ଗୋ ପୂଜନ 

ଜଟଣୀ: ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ଅବସରରେ ବିଶ୍ୱହିନ୍ଦୁ ପରିଷଦ ଜଟଣୀ ପ୍ରଖଣ୍ଡ ପକ୍ଷରୁ ଶ୍ରୀ ଜଗନ୍ନାଥ ପୁରୀ ଗୋଶାଳା ପରିସରରେ ଭବ୍ୟ ଓ ଭକ୍ତିମୟ ପରିବେଶ ମଧ୍ୟରେ ଗୋ ପୂଜନ ଓ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି  । ଏହି ଯଜ୍ଞରେ ୧୦୮ ଦମ୍ପତି କର୍ତ୍ତାକର୍ତ୍ତୀ ଭାବରେ ଯୋଗଦେଇଥିଲେ । ଗୋ ମାତାଙ୍କ ଦିବ୍ୟ ସ୍ୱରୂପ ଉପରେ ବିଶ୍ୱହିନ୍ଦୁ ପରିଷଦ ବିଭାଗ ସମ୍ପାଦକ ବିଭୁଧେନ୍ଦ୍ର ବିଦ୍ୟାଧର ଆଲୋକପାତ କରିଥିଲେ  । ଜିଲ୍ଲା ଉପସଭାପତି ଡ. ସୁକାନ୍ତୀ ମହାପାତ୍ର ଗୀତା ଶ୍ଳୋକ ଓ ଜଗନ୍ନାଥଙ୍କ ବନ୍ଦନା ମାଧ୍ୟମରେ ପରିବେଶକୁ ଆହୁରି ଭକ୍ତିମୟ କରାଇବା ସହ ସୁରକ୍ଷା ଉପରେ ସମ୍ୟକ ଧାରଣା ଦେଇଥିଲେ  । ପୂର୍ଣ୍ଣାହୂତି ପରେ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା  । ଏହି  କାର୍ଯ୍ୟକ୍ରମକୁ ବିଶ୍ୱହିନ୍ଦୁ ପରିଷଦ ଜଟଣୀର କର୍ମକର୍ତ୍ତାମାନେ ସୂଚାରୁ ରୂପେ ପରିଚାଳନା କରିଥିଲେ  ।