ନବୀନ ସରକାରଙ୍କ ଅବଦାନକୁ ମୋହନ ବଖାଣିଛନ୍ତି : ମୁଖ୍ୟମନ୍ତ୍ରୀଙ୍କୁ ଯାଜପୁର ବିଧାୟିକାଙ୍କ ୯ଟି ପ୍ରଶ୍ନ
ଯାଜପୁର ଟାଉନ: ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲାକୁ ଦିନିକିଆ ଗସ୍ତ କରିଥିଲେ । ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଯାଜପୁର ଜିଲାକୁ ୧ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି । ଏସମ୍ପର୍କରେ ରବିବାର ଖବରଦାତା ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ ପ·ରିଛନ୍ତି ଯାଜପୁର ବିଧାୟୀକା । ନବୀନ ସରକାରଙ୍କ ଅବଦାନକୁ ମୋହନ ସରକାର ନିଜର କୃତିତ୍ୱବୋଲି ଦାବିକରି ଯାଜପୁର ବାସୀଙ୍କୁ ଭୁଆଁ ବୁଲାଇବା ଭଳି ଘଟଣା ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଗସ୍ତ ବେଳେ ଜଣାପଡିଛି ବୋଲି ବିଧାୟିକା ସୁଜାତା ସାହୁ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲା ଗସ୍ତ ବେଳେ ୮୨୯ କୋଟି ୭୬ ଲକ୍ଷ ଟଙ୍କାର ୮୩ଟି ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି ବୋଲି କହିଛନ୍ତି । ଯଯାତି କେଶରୀ ମେଡିକାଲ କଲେଜର ସମନ୍ୱିତ ପ୍ରକଳ୍ପ ପାଇଁ ଏହି ଅନୁଦାନ ନବୀନ ସରକାର ବେଳେ ମଂଜୁର ହେବାସହ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ହୋଇସାରିଥିଲା । ସୁତରାଂ, ମୁଖ୍ୟମନ୍ତ୍ରୀ ଯାଜପୁର ମେଡିକାଲ କଲେଜ ପାଇଁ ୮ଶହ କୋଟି ଟଙ୍କାର ଅନୁଦାନ ଅଜାଡ଼ି ଦେଲେ ବୋଲି ବୃଥା ଆସ୍ଫାଳନ କରିଛନ୍ତି । ଏତଦ୍ଭିନ୍ନ ନବୀନ ସରକାରଙ୍କ ଦ୍ୱାରା ଯାଜପୁର ମେଡିକାଲ କଲେଜର ସିଟ୍ ସଂଖ୍ୟା ୧୦୦ରେ ଧାର୍ଯ୍ୟ ହୋଇଥିବା ବେଳେ ଚଳିତବର୍ଷ ଆଡମିସନ୍ ବେଳେ କାହିଁକି ସ୍ଥିରିକୃତ ସିଟ୍ସଂଖ୍ୟାକୁ ୫୦କୁ ହ୍ରାସକଲେ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେବେକି ବୋଲି ପ୍ରଶ୍ନ କରିଛନ୍ତି ବିଧାୟିକା । ବ୍ୟାସ ସରୋବର ଆଧ୍ୟାତ୍ମିକ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ନବୀନ ସରକାର ୫୦ କୋଟି ଟଙ୍କାର ଅନୁଦାନ ବରାଦ କରିବା ସହ ଏହାର ପୂର୍ଣ୍ଣାଙ୍ଗ ପାଇଁ ୧୦୦ କୋଟି ଟଙ୍କାର ଅନୁଦାନ ପାଇଁ ମଂଜୁର ଘୋଷଣା କରିଥିଲେ । ବ୍ୟାସ ସରୋବର ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ବଦଳରେ ପ୍ରକଳ୍ପକୁ ଆଂଶିକ ଭାବେ ଉଦ୍ଘାଟନ କରିଛନ୍ତି । ବ୍ୟାସସରୋବର ପ୍ରକଳ୍ପ କେବେ ସଂପୂର୍ଣ୍ଣ ହେବ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେବେକି ? ବ୍ୟାସନଗର ଟାଉନ୍ ହଲ ନିର୍ମାଣ ପାଇଁ ନବୀନ ସରକାର ଅର୍ଥ ମଂଜୁର କରିବା ସହ ଏହାର ନିର୍ମାଣ କାର୍ଯ୍ୟରତ ପ୍ରତିଶତ ସମ୍ପୂର୍ଣ୍ଣ କରିଥିଲେ । ପୂର୍ବ ସରକାରଙ୍କ ପ୍ରକଳ୍ପକୁ ଉଦ୍ଘାଟନର ସ୍ପର୍ଶ ଦେଇ ଏହାକୁ ମୁଖ୍ୟମନ୍ତ୍ରୀ ଭେଟି ପ୍ରକଳ୍ପ ଭାବେ ଅଭିହିତ କହିବା କେତେ ଦୂର ଯଥାର୍ଥ । ନବୀନ ସରକାରଙ୍କ ଅମଳରେ ଯାଜପୁର ମେଡିକାଲକ ଲେଜର ନାମକୁ ଯାଜପୁରର ଯଶସ୍ୱୀ ସମ୍ରାଟ ଯଯାତିକେଶରୀଙ୍କ ନାମରେ ନାମିତ କରାଯାଇ ଥିଲା । ଏବେର ସରକାର ୭ମାସ ମଧ୍ୟରେ ଯାଜପୁର ମେଡିକାଲ କଲେଜର ରଂଗ ବଦଳାଇବା ଓ ପୂର୍ବ ନାମରେ ‘ମହାରାଜା’ନାମ ଯୋଡ଼ିବା ବ୍ୟତୀତ ଏବେର ଯାଜପୁର ମେଡିକାଲ କଲେଜର ସମୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କୌଣସି ଅଗ୍ରଦୃଷ୍ଟି ସମ୍ପନ୍ନ ମନ୍ତବ୍ୟ ଦେଇ ପାରି ନାହାନ୍ତି । ଯାଜପୁର ଠାରେ ୧ହଜାର ଆସନ ବିଶିଷ୍ଟ ଏକ ନୂତନ ଟାଉନ ହଲ ନିର୍ମାଣ ପାଇଁ ନବୀନ ସରକାର ଅମଳରେ ଟେଣ୍ଡର କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଏହାର ନିର୍ମାଣ କାର୍ଯ୍ୟକୁ ତ୍ୱରିତ କରିବା ବଦଳରେ ଏହାକୁ ମୁଖ୍ୟମନ୍ତ୍ରୀ ଯାଜପୁର ବାସୀଙ୍କୁ ନୂତନ ପ୍ରକଳ୍ପ ପେଡ଼ିରେ ଯୋଡ଼ି ଦେଇଛନ୍ତି । ଯାହାକି ହାସ୍ୟାସ୍ପଦ ନୁହେଁ କି? ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ମା’ବିରଜାଙ୍କ ମନ୍ଦିରର ଉନ୍ନତି କରଣ, ବିରଜା ଧର୍ମଶାଳାର ସମ୍ପ୍ରସାରଣ ଓ ଅଗ୍ନେଶ୍ୱର ହାଟର ଉନ୍ନତିକରଣ ପାଇଁ୨୫ କୋଟି ନବୀନ ସରକାରଙ୍କ ଅମଳରେ ଅନୁଦାନ ମକ୍ଟକ୍ସର ହେବାସହ ଏହାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିଲା । ରାଜ୍ୟରେ ବିଜେପି ସରକାର ଆସିବା ପରେ ବିରଜା ମନ୍ଦିର ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ଏହାର ପରିକ୍ରମା ପ୍ରକଳ୍ପ ପାଇଁ ଅଧିଗୃହୀତ ଜମିକୁ ମଧ୍ୟ ଜବରଦଖଲକାରୀଙ୍କ ହାତରେ ଟେକି ଦେଇଛନ୍ତି । ଡଙ୍କାରୀ ଠାରେ ୮୭୪୩ କୋଟି ଟଙ୍କା ବ୍ୟୟ ଅଟକଳରେ କ୍ରୁଡ୍ ଅଏଲଷ୍ଟୋରେଜ ଫାସିଲିଟି ପ୍ରକଳ୍ପ ସ୍ଥାପନ ପାଇଁ ୨୦୧୮ମସିହାରୁ କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି । ଏ ଯାବତ୍ ଏହି ପ୍ରକଳ୍ପ ପାଇଁ ଜମି ଚିହ୍ନଟ ହୋଇ ପାରିନଥିବା ବେଳେ, ସରକାର ଏହି ପୂର୍ବ ଘୋଷିତ ପ୍ରକଳ୍ପକୁ ଗାନ କରିଚାଲିଛନ୍ତି । ଯାଜପୁର ଠାରେ ଏକ ଅତ୍ୟାଧୁନିକ ବସ୍ଟର୍ମିନାଲ ନିର୍ମାଣ ପାଇଁ ନବୀନ ସରକାର ଅମଳରେ ୬୦ କୋଟି ଟଙ୍କା ଅନୁଦାନ ମଂଜୁର, ସ୍ଥାନ ନିରୁପଣ ଏବଂ ଏହାର ଟେଣ୍ଡର କାର୍ଯ୍ୟ ମଧ୍ୟ ସମ୍ପୁର୍ଣ୍ଣ ହୋଇସାରିଥିଲା । ପୁଲିସ ହାଉସିଂ ବୋର୍ଡକୁ ଏହି ଅତ୍ୟାଧୁନିକ ବସଟର୍ମିନାଲ ପ୍ରକଳ୍ପର ଡିଜାଇନ ମଧ୍ୟ ପଠାଯାଇ ସାରିଛି । ଏ ସରକାର ୨୦କୋଟିର ଟେଣ୍ଡରକୁ ବାତିଲ କଲେ । ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନିଜର ପ୍ରଶଂସା ପତ୍ରରେ ଯୋଡିବା ହାସ୍ୟାସ୍ପଦ ନୁହଁକି? ମୁଖ୍ୟମନ୍ତ୍ରୀ ଶ୍ରୀ ବରାହକ୍ଷେତ୍ର, ଦଶାଶ୍ୱମେଧ ଘାଟ ସମ୍ପର୍କରେ ଭାଷଣରେ ଉଲ୍ଲେଖ କରିଥିଲେ ବି ଏହି ପୀଠର ଉନ୍ନତିକରଣ ପାଇଁ ମଂଜୁରି ପ୍ରାପ୍ତ ପ୍ରକଳ୍ପର କାର୍ଯ୍ୟକୁ କାହିଁକି ବନ୍ଦ୍ ରଖାଯାଇଛି ସେ ସମ୍ପର୍କରେ ସରକାରଙ୍କ ଆଭିମୁଖ୍ୟକୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବେକି ? ନବୀନ ସରକାରଙ୍କ ଅମଳରେ ଆରମ୍ଭ ହୋଇଥିବା ଯାଜପୁର ଜିଲ୍ଲାମହୋତ୍ସବ ‘ଯଯାତି’ କୁ ରାଜନୈତିକ ପ୍ରଭାବରୁ ମୁକ୍ତ ରଖିବାସହ ନିର୍ବାଚିତ ଜନ ପ୍ରତିନିଧି ଓ ପ୍ରଶାସକଙ୍କୁ ଅତିଥି ଭାବେ ଚୟନ କରି ଜିଲ୍ଲା ପ୍ରଶାସନ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିଥିଲା । ଚଳିତ ବର୍ଷ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜିଲ୍ଳା ବିଜେପି ସଭାପତିଙ୍କୁ ଜିଲ୍ଲାମହୋତ୍ସବ ଭଳି ଏକ ସରକାରୀ ମଂଚରେ ଅତିଥି ସଜାଇଜିଲ୍ଲା ପ୍ରଶାସନ କାହିଁକି ପୂର୍ବ ପରମ୍ପରାକୁ କଳୁଷିତ କରିଛି ସେ ସମ୍ପର୍କରେ ଜିଲ୍ଲାପାଳଙ୍କ ଠାରୁ ମୁଖ୍ୟମନ୍ତ୍ରୀ କୈଫିୟତ ତଲବ କରିବେ କି? ବୋଲି ବିଧାୟିକା ପ୍ରଶ୍ନ କରିଛନ୍ତି । ଖବରଦାତା ସମ୍ମିଳନୀରେ ଯାଜପୁର ପୌରାଧ୍ୟକ୍ଷା ରଞ୍ଜୁଲତା ହୋତା ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ ବିଧାୟିକାଙ୍କ ସହ ଉପସ୍ଥିତ ଥିଲେ ।