ସାଳନ୍ଦୀ କେନାଲ କାର୍ଯ୍ୟବେଳେ ଇଞ୍ଜିନିୟରଙ୍କୁ ଆକ୍ରମଣ
ନୀଳଗିରି : ସାଳନ୍ଦୀ କେନାଲ କାମଚାଲିବା ବେଳେ ଉତ୍ତେଜନା । କାର୍ଯ୍ୟରତ ଇଞ୍ଜିନିୟର ଓ ଅଞ୍ଚଳର କିଛି ଯୁବକ ସହ ପ୍ରଥମେ କଥା କଟାକଟି ପରେ ଆରମ୍ବ ହୋଇଛି ଇଞ୍ଜିନିୟରକୁ ଆକ୍ରମଣ । ପରେ ଆକ୍ରମଣ କରିଥିବା ଯୁବକ ମଧ୍ୟ ଲହୁଲୁହାଣ ହୋଇ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂଚନାଯୋଗ୍ୟ ନୀଳଗିରି ଥାନା ଅଧିନ ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅସ୍ତିଆ ଗାଁ ନିକଟ ଦେଇ ଯାଇଥିବା ସାଳନ୍ଦୀ କେନାଲରେ ଆରକେଡି ନାମକ ସଂସ୍ଥା କାର୍ଯ୍ୟ କରୁଥିଲା । ସେହି ଅଞ୍ଚଳର ଦୁଇ ଯୁବକ ଆସି କାର୍ଯ୍ୟରତ ଇଞ୍ଜିନିୟର ରାଜ କୁମାର ମହାଳିକ ଓ ଦେବାଶିଷ ଆଚାର୍ଯ୍ୟ ଙ୍କ ସହିତ କାମକୁ ନେଇ ଉଚ୍ଚବାଚ ହୋଇଥିଲା । ପରେ ସେହି ଅଞ୍ଚଳର ଦୁଇ ଯୁବକ ମାନସ ରଞ୍ଜନ ଦେବ ଗୋସ୍ୱାମୀ ଓ ଅଜୟ କୁମାର ମହାଳିକ ଦୁଇଜଣ ଦୁଇ ଇଞ୍ଜିନିୟରଙ୍କୁ ଆକ୍ରମଣ କରିଥିବା ଆରକେଡି ର ଏଚଆର ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି ।ସେପଟେ ମାନସ ଦେବଗୋସ୍ୱାମୀଙ୍କୁ ମଧ୍ୟ ପାଲଟା ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ।ସେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ଏ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।