ବାବା ମୁକ୍ତେଶ୍ୱରାୟଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବେତନଟୀ : ମୟୂରଭଞ୍ଜ ବେତନଟୀ ବ୍ଲକ ଉପକଣ୍ଠ ବଙ୍ଗଳାଛକ ଠାରେ ବାବା ମୁକ୍ତେଶ୍ୱରାୟଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ୨୦ଜଣ ମାନସିକଧାରୀ ଘଟତ୍ତୋଳନ କରିଥିଲେ । ସୋମବାର ଦେବତା ପ୍ରତିଷ୍ଠା, ବିଗ୍ରହ ସ୍ଥାପନ ଏବଂ ପୂଜା କାର୍ଯ୍ୟ ରହିଥିବାବେଳେ ମଙ୍ଗଳବାର ରୂଦ୍ରାଭିଷେକ ଓ ପୂର୍ଣ୍ଣାହୁତି ହୋଇଥିଲା । ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ନିମନ୍ତେ ସାମୂହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଆୟୋଜକ ମୁକ୍ତେଶ୍ୱର ଶିବମନ୍ଦିର କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟ/ସଦସ୍ୟା ପ୍ରମୁଖ  ଉତ୍ସବରେ ସକ୍ରିୟ ଦାୟିତ୍ୱ ସମ୍ପାଦନ କରିଥିଲେ ।