ନାକେଦମ କରୁଛି ମାନପୁର ଓଭରବ୍ରିଜର ଏକପାଖିଆ ରାସ୍ତା
ାା ପ୍ରଭାନୁ୍ୟଜ ।ା ଦାନଗଦୀ, : ବ୍ୟାସନଗର-ଡ଼ୁବୁରୀ ରାସ୍ତାର ମାନପୁର ଓଭରବ୍ରିଜ ନାକେଦମ କରୁଛି । ମରଣଯନ୍ତାରେ ପରିଣତ ହୋଇଥିବା ବ୍ରିଜର ଉଭୟ ପାଶ୍ୱର୍ ଏବଂ ବ୍ରିଜ ଉପରେ ଶହଶହ ସଂଖ୍ୟାର ଗାଡ଼ି ଫସରହୁଥିବାରୁ ଯାତ୍ରୀଙ୍କୁ କଲବଲ ହେବାକୁ ପଡୁଛି । ହେଲେ ପୂର୍ତ୍ତ ବିଭାଗ ନିଦାବିଷ୍ଣୁ ସାଜିଛି । କଳିଙ୍ଗନଗର ଶିଳ୍ପାଞ୍ଚଳର ଜୀବନ ରେଖା କହିଲେ ବ୍ୟାସନଗରରୁ ଡୁବୁରୀକୁ ସଂଯୋଗ କରୁଥିବା ରାସ୍ତାରେ ପଡ଼େ ମାନପୁର ଓଭର ବ୍ରିଜ । ମାନପୁର ଓଭର ବ୍ରିଜ, ୱାନ୍-ୱେ ରାସ୍ତାରେ ଟ୍ରାଫିକ ସମସ୍ୟା ଗୁରୁତର । ଏହି ରାସ୍ତା ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳର ୧୪ଟିରୁ ଊଦ୍ଧ୍ୱର୍ କାରଖାନାକୁ ଦୈନିକ ହଜାର ହଜାର ଗାଡି, ମଟର ଯାତାୟାତ କରେ । ରାସ୍ତା ମଝିରେ ଗୋଟେ ଭାରୀ ଯାନ ଫଶି ଗଲେ କଥା ସରିଲା । ଘଣ୍ଟାଘଣ୍ଟା ଧରି ରାସ୍ତା ଭିଡ଼ ରହେ । ଫଳରେ ଜରୁରୀ ଆମ୍ବୁଲାନ୍ସ ଓ ଦମକଳ ଗାଡି ମଧ୍ୟ ଫସି ରହେ । ଦୁର୍ଭାଗ୍ୟର କଥା ତା ପାଖରେ ଆରମ୍ଭ ହୋଇଥିବା ୮୫୦ ମିଟର ଦ୍ୱିତୀୟ ଓଭର ବ୍ରିଜର କାମ ତିନି ବର୍ଷ ହେଲା ଆରମ୍ଭ ହୋଇ କଚ୍ଛପ ଗତିରେ ଚାଲିଛି । ଗୋଟେ ରାସ୍ତାରେ ଏହି ବ୍ୟସ୍ତ ବହୁଳ ଶିଳ୍ପାଞ୍ଚଳର ହଜାର ହଜାର ଲୋକ ବିପଦ ପୂର୍ଣ୍ଣ ଭାବେ ଯାତ୍ରା କରୁଛନ୍ତି । ପ୍ରଥମ ଓଭର ବ୍ରିଜଟି ମଧ୍ୟ ଭାଙ୍ଗି ମଝିରେ ମଝିରେ ଗାଡ଼ ହୋଇଗଲାଣି । ସନ୍ଧ୍ୟାରେ ଆଲୋକର ବ୍ୟବସ୍ଥା ନାହିଁ । ବ୍ୟସ୍ତ ବହୁଳ, ଓଭର ବ୍ରିଜ ଉପରେ ହୋଇଥିବା ଗାଡିÿ ଗୁଡିକୁ ମରାମତି କରାଯାଉନାହିଁ, ପୁରୁଣା ଓଭର ବ୍ରିଜଟି ନିମ୍ନମାନର ହୋଇଥିବାରୁ ସ୍ପାନ ମଝିରେ ମଝିରେ ଭାଙ୍ଗି ରୁଜି ଗାଡ଼ ହୋଇ ରଡ଼ ଓ ଏଙ୍ଗଲ ଦେଖାଗଲାଣି । ବ୍ରିଜର ଦୁଇ ସାଇଡ୍ରେ ଥିବା ବ୍ୟାରିକେଡ଼ ଭାଙ୍ଗିରୁଜି ଗଲାଣି । ସାମାନ୍ୟ ବର୍ଷାରେ ଏହି ଗର୍ତ୍ତ ଗୁଡିକରେ ପାଣି ଜମି ରହିବା ଫଳରେ ବାଇକ ଆରୋହୀ ନଜାଣି ପାରି ଦୁର୍ଘଟଣାର ଶିକାର ହେଉଛନ୍ତି । ସନ୍ଧ୍ୟା ସମୟ ହେଲେ କାରଖାନାରୁ ଛୁଟି ହୋଇ ଆସୁଥିବା ହଜାର ହଜାର ବାଇକ । ଅନ୍ଧାର କାରଣରୁ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଓଭରବ୍ରିଜ ସାଇଡରେ କୌଣସି ଆଲୋକର ବ୍ୟବସ୍ଥା ନାହିଁ । ଯାତ୍ରୀ ମାନେ ଭୟ ଆଶଙ୍କାରେ ବିପଦପୂର୍ଣ୍ଣ ରାସ୍ତାରେ ଅସୁରକ୍ଷିତ ଭାବେ ଯାତାୟାତ କରୁଛନ୍ତି । ବ୍ୟସ୍ତ ବହୁଳ ସମସ୍ତଙ୍କର ଜୀବନରେଖା ଏହି ପୁରୁଣା ସେତୁଟିରେ ହୋଇଥିବା ଗାଡ଼ ଗୁଡିକର ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି ।