ନାଟକ ପରିବେଷିତ
ପଟ୍ଟାମୁଣ୍ଡାଇ : ହରେକୃଷ୍ଣ ନୋଡାଲ ହାଇସ୍କୁଲ ଡାମରପୁର ଠାରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ନୂଆଦିଲ୍ଲୀ ଆୟୋଜିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୀବନ ସଙ୍ଘର୍ଷକୁ ନେଇ ରଚିତ ରାମଚନ୍ଦ୍ର ସାହୁଙ୍କ ନିଦେ୍ର୍ଦଶନାରେ ନାଟକ ଉଲଗୁଲାନ୍ ସ୍କୁଲର ଛାତ୍ରଛତ୍ରୀମାନେ ନିଖୁଣ ଅଭିନୟ କରିଥିଲେ । ଉଦ୍ୟାପନୀ ଉତ୍ସବରେ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଦର୍ପ ନାରାୟଣ ମାହୁନ୍ତ, ବର୍ତ୍ତମାନ ପ୍ରଧାନ ଶିକ୍ଷକ ରଞ୍ଜନ ମଳିକ, ସମିତି ସଭ୍ୟା ନିରୂପମା ସାହୁ, ସ୍କୁଲ ପରିଚାଳନା କମିଟି ସଭାପତି ଅଲେଖଚÿନ୍ଦ୍ର ମଳିକ, ପୂର୍ବତନ ପ୍ରଧାନଶିକ୍ଷକ କିଶୋର ଚÿନ୍ଦ୍ର ସେନ ଆଲୁମିନି ସଭ୍ୟ ସୁବାସ ଚନ୍ଦ୍ର ଦାଶ, ପଣ୍ଡିତ କିଶୋରଚନ୍ଦ୍ର ମିଶ୍ର, ରଂଜନ ପ୍ରଧାନ, କଥାକାର ପ୍ରଦୀପ ନାୟକ, ଶିକ୍ଷୟିତ୍ରୀ ହେମମଞ୍ଜରୀ ବେହେରା ନିମପୁର ଶାସନ ହାଇସ୍କୁଲ ପ୍ରଧାନଶିକ୍ଷକ ତପନ ରାୟ, ସହ ନିଦେ୍ର୍ଦଶକ ପ୍ରଦୁ୍ୟମ୍ନ ମିଶ୍ର, ସଂଗୀତ ନିଦେ୍ର୍ଦଶକ ଛବିଳ ପ୍ରଧାନ, ଶିକ୍ଷୟିତ୍ରୀ ନିହାର ରଞ୍ଜିତ ମିଶ୍ର, ବାବନ ବେହେରା ଯୋଗଦେଇଥିଲେ । ସଂଯୋଜିକା ଗାୟତ୍ରୀ ମିଶ୍ ତତ୍ତ୍ୱାବଧାନରେ ନାଟକ ମଞ୍ଚସ୍ଥ ହୋଇଥିଲା ।