ନାବାର୍ଡ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ନାର୍ବାଡ ଦ୍ୱାରା କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଅଧିନରେ ଥିବ କେନ୍ଦ୍ରାପଡା ଓ ଡେରାବିଶ ବ୍ଲକର ସମସ୍ତ ସଂପାଦକ ଓ ଚାଷୀ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନାର୍ବାଡ ଅଧିକାରୀ ଡ଼ଃ ସ୍ମିତା ବଡଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ ମଲିକ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ଼ଃ ଅରବିନ୍ଦ ଦାସ, କୃଷି ଉଦ୍ୟାନ ସହକାରୀ ଉପ ନିଦେ୍ର୍ଦଶକ ଦେବଦାସ ଦତ, ଏଲଡିଏମ୍ କମଳାକାନ୍ତ ମାଝି, କଟକ କେନ୍ଦ୍ର କୋ-ଅପରେଟିଭ ବ୍ୟାଙ୍କର ପରିଚାଳକ ତାପସ ପ୍ରସାଦ ସିଂହ, ପ୍ରଦିପ୍ତ ରଂଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନଙ୍କୁ ବାୟୋ ଭିଲେଜ, ନାଚୁରାଲ ଫାର୍ମି, ଅରଗାନିକ ଫାର୍ମି, ହଟିକଲଚର କର୍ପ, ଜଳବାୟୁ ପରିବର୍ତ୍ତନ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଥିଲା । କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଚାଷୀ ଓ ସୋସାଇଟ୍ ସଂପାଦକ ପ୍ରମୁଖ ଉପସ୍ଥିତ ଥିଲେ ।