ବିଧବାଙ୍କୁ ଆକ୍ରମଣ, ଏସ୍ପିଙ୍କୁ ଅଭିଯୋଗ

 ପାଣିକୋଇଲି : ପୁର୍ବ ଶତ୍ରୁତାକୁ ନେଇ ଜନୈକା ବିଧବା ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା । ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କାଳକ୍ଷେପଣ ନୀତି କାରଣରୁ ସଂପୃକ୍ତା ମହିଳା ଜଣଙ୍କ ଏସ୍ପିଙ୍କ ଦ୍ୱାରସ୍ତ ହୋଇଛନ୍ତି । ମଙ୍ଗଳପୁର ଥାନା ନଛିନ୍ଦ୍ରପୁର ଗ୍ରାମର ସ୍ୱର୍ଗତ ଦିଲ୍ଲୀପ ବିଶ୍ୱାଳଙ୍କ ପତ୍ନୀ ରଞ୍ଜିତାଙ୍କ ସହିତ ସେହି ଗ୍ରମାର ସନ୍ତୋଷ ବିଶ୍ୱାଳ ଓ ଘନଶ୍ୟାମ ବିଶ୍ୱାଳଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ରଞ୍ଜିତା ଘରେ ଏକୁଟିଆ ରହୁଥିବା ବେଳେ, ଏହାର ସୁଯୋଗ ନେଇ ଉକ୍ତ ବ୍ୟକ୍ତି ତାଙ୍କୁ ଅଶ୍ଲିଳ ଭାଷାରେ ଗାଲି ଗୁଲଜ କରିଥିଲେ । ଗତ ସୋମବାର ସକାଳ ସମୟରେ ବିଣାପାଣୀ ବିଶ୍ୱାଳ, ସୂର୍ଯ୍ୟପ୍ରକାଶ ବିଶ୍ୱାଳ, ମନୋରମା ବିଶ୍ୱାଳ ମିଳିମିଶି  ଆକ୍ରମ କରିଥିଲେ । ଏନେଇ ରଞ୍ଜିିତା ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନ କରିବାରୁ ବାଧ୍ୟ ହୋଇ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିଲେ ।