ସାମ୍ବାଦିକ ସମ୍ମିଳନୀ

ନବରଙ୍ଗପୁର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ଭୁବନେଶ୍ୱର ଠାରେ ପାଳନ କରାଯାଉଥିବା ବେଳେ ସେଠାରେ ଅଭିଭକ୍ତ କୋରାପୁଟ ଜିଲ୍ଲାର ୧୪ ଜଣ ବିଧାୟକ ଦୁଇ ଜଣ ଲୋକ ସଭା ସାଂସଦ ଓ ଜଣେ ରାଜ୍ୟ ସଭା ସାଂସଦ ଥିବା ବେଳେ ଯାଜପୁର ଜିଲ୍ଲାର ସାଂସଦ ଓ ଜଣେ ବିଜେପି ନେତା କୌଣସି ପଦ ପଦବୀରେ ନଥାଇ ତାଙ୍କୁ ଅତିଥି କରାଯାଇଥିଲା  । ଯାହାକୁ ଦୃଢ଼ ନିନ୍ଦା କରିଛନ୍ତି  ରାଜ୍ୟସଭା ସାଂସଦ ମୁନ୍ନା ଖାଁ  । ଏନେଇ ରାଜ୍ୟ ସଂସ୍କୃତି ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ସାଂସଦ ମୁନ୍ନା ଖାଁ  । ଅନ୍ୟ ପଟେ ବିଜେଡି ରାଜ୍ୟ ସଭାପତି ଭାବରେ ନବମ ଥର ଲାଗି ନିର୍ବାଚିତ ହୋଇଥିଲେ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଛା ଜଣାଇବାକୁ ସାଂସଦ ଯାଇଥିବା ସମୟରେ ସେ ଗୋଲାପ ଫୁଲ ପ୍ରଦାନ କରିଥିଲେ, ତାହାକୁ ପଦ୍ମ ଫୁଲ ଉପହାର ଦେଇଥିଲେ ବୋଲି  ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ମୁନ୍ନା ଖାଁ  ଖଣ୍ଡନ କରିଛନ୍ତି  । ଏନେଇ ନବରଙ୍ଗପୁର ସ୍ଥିତ ସର୍କିଟ ହାଉସ ଠାରେ ସାମ୍ବାଦିକ ସମ୍ମିଳନୀ ରେ ପଦ୍ମ ଫୁଲ ଉପହାର କୁ ଖଣ୍ଡନ କରି ସ୍ପଷ୍ଟୀକରଣ ରଖିଛନ୍ତି  । ନବମ ଥର ପାଇଁ  ବିଜେଡି ରାଜ୍ୟ ସଭାପତି ଭାବେ ନବୀନ ପଟ୍ଟନାୟକ ନିର୍ବାଚିତ ହେବା ସମୟ ରେ ମୁନ୍ନା ଖାଁ ଉପହାର ସ୍ୱରୂପ ଗୋଲାପ ଫୁଲ ଦେଇଥିବା ବେଳେ କିଛି ଗଣମାଧ୍ୟମ ତାହାକୁ ବିକୃତ କରି ଗୋଲାପ ଫୁଲ ବଦଳ ରେ  ପଦ୍ମ ଫୁଲ ଚିତ୍ରଣ କରି  ରିପୋଟିଂ  କରିଥିବା ମୁନ୍ନା ଖାଁ କହିଛନ୍ତି  ଏବଂ ସେ ରିପୋର୍ଟିଂ କୁ ନିନ୍ଦା କରୁଥିବା କହିଛନ୍ତି  । ଏବଂ ସମ୍ପୃକ୍ତ ଗଣମାଧ୍ୟମ ର ପ୍ରତିନିଧି ମାନେ ଚଷମା ପିନ୍ଧିବା ପାଇଁ କହିଛନ୍ତି ମୁନ୍ନା ଖାଁ  । ଆହୁତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ବଦ୍ରି ନାରାୟଣ ସିଂ,ଓ ନଗର ସଭାପତି ପ୍ରମୋଦ କୁମାର ରଥ ଉପସ୍ଥିତ ଥିଲେ ।