ଚୁଡ଼ି ବିଳାଳୀଙ୍କ ଝିଅର ସଫଳତା 

କାକଟପୁର: ଲକ୍ଷ୍ୟ ସ୍ଥିର ଥିଲେ ଜୀବନରେ କୌଣସି ବାଧାବିଘ୍ନ କିମ୍ବା ଅଭାବୀ ପରିସ୍ଥିତି ସଫଳତା ଆଗରେ ମୁଣ୍ଡ ନୁଆଇଁ ଥାଏ । ଏହା ପ୍ରମାଣ କରିଛନ୍ତି ପିତା ରତ୍ନାକର ଓ ମା ସୁଭଦ୍ରା ପାତ୍ରଙ୍କ ସୁଯୋଗ୍ୟା କନ୍ୟା କାକଟପୁର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଗାୟତ୍ରୀ ପାତ୍ର । ବାପା ଜଣେ ଦିବ୍ୟାଙ୍ଗ ତଥା ଚୁଡ଼ି ବ୍ୟବସାୟ କରି ପରିବାର ଚଳାଉଥିବା ବେଳେ, ଆର୍ଥିକ ଅନାଟନରେ ନିଜର ଧର୍ଯ୍ୟ ଓ ନିଷ୍ଠା, ଓ କଠିନ ଅଧ୍ୟବସାୟ ଫଳରେ ସେ ଆଜି ଦଶମ ବୋର୍ଡ ପରୀକ୍ଷା ରେ ୯୨ ପ୍ରତିଶତ ନମ୍ବରରେ କୃତକାର୍ଯ୍ୟ ହୋଇ ଅଞ୍ଚଳ ପାଇଁ ତଥା ନିଜ ସ୍କୁଲ ପାଇଁ ଗୌରବ ଆଣିବା ସହିତ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଭବିଷ୍ୟତ ରେ ଜଣେ ଡାକ୍ତର ହୋଇ ଲୋକମାନଙ୍କ ସେବା କରିବା ପାଇଁ ଲକ୍ଷ୍ୟ ରଖିଥିବା ଗାୟତ୍ରୀ ଆର୍ଥିକ ଅନାଟନ ଭିତରେ ଆଗକୁ କିପରି ଲକ୍ଷ୍ୟସ୍ଥଳ ରେ ପହଁଚିବେ ସେଥିପାଇଁ ନିରନ୍ତର ଚେଷ୍ଟା ଜାରି ରଖିଥିବା ବେଳେ, ସରକାର ଙ୍କ ଦ୍ୱାରା ଏହି କୃତୀ ଛାତ୍ରୀଙ୍କୁ ସାହାଯ୍ୟ ମିଳିଲେ ସେ ତାଙ୍କର ଲକ୍ଷସ୍ଥଳରେ ପହଞ୍ଚିଲୋକ ମାନଙ୍କ ସେବା କରିପାରନ୍ତେ ବୋଲି କୁହନ୍ତି ତାଙ୍କର ଟିଉସନ ଶିକ୍ଷକ ପବିତ୍ର କୁମାର ଦୀକ୍ଷିତ ।