ନାରାୟଣ ବିଦ୍ୟାପୀଠର ପୁରସ୍କାର ବିତରଣ ଉତ୍ସବ
ବୈତରଣୀରୋଡ : କୋରେଇ ବ୍ଲକ ଅମୃତିଆ ପଞ୍ଚାୟତ ନାରାୟଣ ଉଚ୍ଚ ବିଦ୍ୟାପୀଠ ବାର୍ଷିକ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟମଣୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ବରୁଣ୍ଡେଇ କ୍ଲଷ୍ଟର ସିଆରସିସି ବିଜୟ କୁମାର ପରିଡା, ବିଦ୍ୟାଳୟର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପ୍ରଦୀପ କୁମାର ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ଅନିରୁଦ୍ଧ ଖଣ୍ଡେଇ, ନବକିଶୋର କବି, ଅମୃତିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୃସିଂହ ନାରାୟଣ ମିଶ୍ର ପ୍ରମୁଖ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଶିକ୍ଷକ ଅଶୋକ କୁମାର ପତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ କମଳଉଦ୍ଧିନ ଅତିଥି ପରିଚୟ ପ୍ରଦାନ ଶିକ୍ଷକ ଜଳଧର ଓଝା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ନରେନ୍ଦ୍ର ମହାରଣା, ରାଜକିଶୋର ଦାସ, ଶିକ୍ଷୟିତ୍ରୀ ଉଷାମଂଜରୀ ସାହୁ, ମିତାଲିମଧୁମିତା ମିତ୍ର, ସୁକାନ୍ତି ହାସାଦା, କର୍ମଚାରୀ କାର୍ତିକ ଚନ୍ଦ୍ର ପ୍ରହରାଜ, ଚକ୍ରଧର ବିଶ୍ୱାଳ ଓ ରବିନ୍ଦ୍ର ମଳିକ ପ୍ରମୂଖ ପରିଚାଳନା କରିଥିଲେ ।