ବିପଦସଂକୁଳ ବିଦୁ୍ୟତ୍ ଟ୍ରାନ୍ସଫର୍ମର

  ତାଳଚେର : ତାଳଚେର ପୌରପରିଷଦ ଅନ୍ତର୍ଗତ ୧୨ନମ୍ବର ୱାର୍ଡ଼ ରେମୁଁଆ ଗ୍ରାମର ମଝାମଝି ମୁଖ୍ୟରାସ୍ତା କଡ଼ÿରେ ବିଦୁ୍ୟତ୍ ବିଭାଗ ପକ୍ଷରୁ ୨ଟି ଟ୍ରାନ୍ସଫର୍ମର ଲଗାଯାଇଛି । କିନ୍ତୁ ବିଦୁ୍ୟତ୍ ବିଭାଗ ପକ୍ଷରୁ ବିଦୁ୍ୟତ୍ ଟ୍ରାନ୍ସଫର୍ମର ଗୁଡ଼ିକର ଯନô ନିଆଯାଉନଥିବାରୁ ଚାରିପାଖରେ ଅନାବନା ଗଛ ଉଠିବା ସହିତ ତରୁଲତା ବିଦୁ୍ୟତ୍ ଟ୍ରାନ୍ସଫର୍ମର ଚତୁଃପାଶ୍ୱର୍ରେ ମାଡ଼ିଥିବା ଦୃଶ୍ୟ ପରିଲକ୍ଷିତ ହେଉଛି । ଏହି ଟ୍ରାନ୍ସଫର୍ମର ଗୁଡ଼ିକରୁ ରେମୁଁଆ ଗ୍ରାମ ସମେତ ହାଟତୋଟା ଅଞ୍ଚଳର ବିଭିନ୍ନ ସ୍ଥାନକୁ ତାର ସଂଯୋଗ କରାଯାଇଛି । ଲୋକଙ୍କୁ ସଠିକ୍ ଭାବେ ବିଦୁ୍ୟତ୍ ସେବା ଯୋଗାଇ ଦେବା ପାଇଁ ଲଗାଯାଇଥିଲେ ହେଁ ଏଗୁଡ଼ିକର ରକ୍ଷଣାବେକ୍ଷଣା ଅଭାବରୁ ଉଭୟ ପାଶ୍ୱର୍ରେ ସାମ୍ନାସାମ୍ନି ୨ଟି ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଏହି ଦୁଇଟି ଟ୍ରାନ୍ସଫର୍ମର ରେମୁଁଆ ଗ୍ରାମର ମୁଖ୍ୟରାସ୍ତା କଡ଼କୁ ଲାଗି ରହିଥିବା ବେଳେ ଏହି ରାସ୍ତାରେ ପ୍ରତ୍ୟେକ ଦିନ ସ୍କୁଲ କଲେଜ ଛାତ୍ରଛାତ୍ରୀମାନେ ଯିବା ଆସିବା କରୁଥିବାବେଳେ ସ୍ଥାନୀୟ ବାସିନ୍ଦାମାନେ ବିଭିନ୍ନ କାର୍ଯ୍ୟାଳୟ, ସରକାରୀ ଦପ୍ତରକୁ ଯାତାୟତ କରୁଛନ୍ତି । ଗୋରୁଗାଈ ଓ ପଶୁପକ୍ଷୀମାନେ ଟ୍ରାନ୍ସଫର୍ମର ୨ଟିର ନିକଟରେ ଚରାବୁଲା କରୁଥିବା ମଧ୍ୟ ଦେଖାଯାଇଛି । କିପରି ବିଦୁ୍ୟତ୍ ବିଭାଗ ଏଗୁଡ଼ିକୁ ଖୋଲାମେଲା କରି ନିଶ୍ଚିତରେ ବସିଯାଇଛି ତାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଜନଗହଳିପୂର୍ଣ୍ଣ ବସ୍ତି, ମାର୍କେଟ ଓ ସରକାରୀ କାର୍ଯ୍ୟାଳୟ ନିକଟରେ ରହିଥିବାରୁ ବିଦୁ୍ୟତ୍ ବିଭାଗ ପକ୍ଷରୁ ଏହାର ଚର୍ତୁପାର୍ଶ୍ୱରେ ପାଚେରୀ ନିର୍ମାଣ କରିବା ସହ ରକ୍ଷଣାବେକ୍ଷଣ ନିତ୍ୟାନ୍ତ ଆବଶ୍ୟକ ବୋଲି ସାଧାରଣ ଲୋକ ମତପୋଷଣ କରୁିଛନ୍ତି । ନଚେତ୍ କେତେ ବେଳେ ଯେ, କ’ଣ ଘଟିବ ତାହା କହିବା ସମ୍ଭବପର ନୁହେଁ ।