ଯୁଗ୍ମ ଅଭିଯୋଗ ଶୁଣାଣି 

 ରାୟଗଡା :   ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ରାୟଗଡ ଜିଲ୍ଲାସଦର ମହକୁମାସ୍ଥିତ ଜିଲ୍ଲା ପରିଷଦ ସଦଭାବନା ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ପାରୁଲ ପାଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଆରକ୍ଷୀ ଅଧିକାରୀ ସ୍ୱାତୀ ଏସ୍ କୁମାର, ଜିଲ୍ଲା ପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ରମେଶ ଜେନା, ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ପ୍ରଫୁଲ୍ଲ ପାଢ଼ୀ ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ । ମୋଟ  ୫୫ଟି ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୫୨ ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ, ୩ଟି ଗ୍ରାମବାସୀଙ୍କ ସାମୂହିକ ଅଭିଯୋଗ ଥିଲା । ଜଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଅଭିଯୋଗ ଥିଲା । ୧୧ଜଣଙ୍କୁ ୧ଲକ୍ଷ ୧୮ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସାହାର୍ଯ୍ୟ ଜିଲ୍ଲାପାଳ ପ୍ରଦାନ କରିଥିଲେ । ବିଶେଷ କରି ଆବାସ ଯୋଜନାରେ ଘର, ସ୍ୱାସ୍ଥ୍ୟଗତ ସମସ୍ୟା, ପାରିବାରିକ ସମସ୍ୟା, ଜଳସେଚନ, ଭତ୍ତା, ରାସ୍ତା ନିର୍ମାଣ, ପୋଲ ନିର୍ମାଣ ଓ ଅଙ୍ଗନବାଡି ଗୃହ ନିର୍ମାଣ ସହ ଅନ୍ୟାନ୍ୟ ସମସ୍ୟା ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଅଭିଯୋଗ ଗୁଡିକୁ ତୁରନ୍ତ ଫଇସଲା ପାଇଁ ନିଦେ୍ର୍ଦଶ ଦେଇଥିଲେ  ।