ଏନସିସି ର୍ୟାଙ୍କ ପ୍ରଦାନ ସମାରୋହ
ନୁଆପଡ଼ା: ଖଡ଼ିଆଳ ସ୍ୱୟଂଶାସିତ କଲେଜର ସଭାଗୃହରେ କଲେଜ ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡା ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । +୨ କଲେଜ ପ୍ରଭାରୀ ଡ. ରଣବୀର ସିଂହ, ପୁରାତତ୍ତ୍ୱ ବିଭାଗ, କେୟାରଟେକର ଅଫିସର ନିବେଦିତା ଆଚାର୍ଯ୍ୟ, ଇଂରାଜୀ ବିଭାଗ ଅଧ୍ୟାପିକା ଓ କ୍ୟାପଟେନ୍ ଡ. ବିଷ୍ଣୁଦେବ ସିଂହ ମଲିକ, ବିଭାଗମୁଖ୍ୟ (ହିନ୍ଦୀ) ଏବଂ ଏନସିସି ଅଫିସର ଉପସ୍ଥିତ ଥିଲେ । ଏହି ସଭାରେ କ୍ୟାଡେଟ୍ ବନ୍ଦନା ମାଝି, କ୍ୟାଡେଟ୍ ଦେବକି ବିହାରୀ, କ୍ୟାଡେଟ୍ ପୂଜା ସାହୁ, କ୍ୟାଡେଟ୍ ଦିଲେଶ୍ୱରୀ ସୁନା, କ୍ୟାଡେଟ୍ ଦୀପକ ମାଝି, କ୍ୟାଡେଟ୍ ବସନ୍ତ କୁମାର ଡଣ୍ଡସେନା ଓ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ଉସôବରେ କ୍ୟାଡେଟ୍ ବନ୍ଦନା ମାଝିଙ୍କୁ କମ୍ପାନୀ କ୍ୱାର୍ଟର ମାଷ୍ଟର ସର୍ଜେଣ୍ଟ (ସିକୁ୍ୟଏମଏସ୍) ଓ କ୍ୟାଡେଟ୍ ଦେବକି ବିହାରୀଙ୍କୁ ସାର୍ଜେଣ୍ଟ ରେକଂ ପ୍ରଦାନ କରାଗଲା । ସଭାର ଶେଷରେ ୧୧ (ଓଡ଼ିଶା) ବ୍ୟାଟାଲିୟନର କମାଣ୍ଡିଙ୍ଗ ଅଫିସର କର୍ଣ୍ଣଲ୍ ଅମିତାଭ ବ୍ୟାନାର୍ଜୀ ଓ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀଙ୍କୁ କେୟାରଟେକର ଅଫିସର ଶ୍ରୀମତୀ ନିବେଦିତା ଆଚାର୍ଯ୍ୟ ଆଭାର ଜ୍ଞାପନ କରିଥିଲେ ।