ଆଉ ବଢିବନି ବିଜୁଳି ଦର: ସୂଚନା ଦେଲେ କେ.ଭି ସିଂହଦେଓ

ଆଉ ବଢିବନି ବିଜୁଳି ଦର: ସୂଚନା ଦେଲେ କେ.ଭି ସିଂହଦେଓ

ବିଜୁଳି ଦରବୃଦ୍ଧି ପ୍ରସଙ୍ଗରେ ଶକ୍ତିମନ୍ତ୍ରୀକେ.ଭି ସିଂହଦେଓ ବଡ଼ ବୟାନ ଦେଇଛନ୍ତି। ରାଜ୍ୟରେ ବିଜୁଳି ଦର ବଢିବନି ବୋଲି ମନ୍ତ୍ରୀ କହିଛନ୍ତି। ରାଉରକେଲାରେ ଶକ୍ତିମନ୍ତ୍ରୀ କେ.ଭି ସିଂହଦେଓ ଏହି ସୂଚନା ଦେଇଛନ୍ତି। ମହଙ୍ଗା ମାଡରେ ବିଜୁଳି ବିଲ ଲୋକଙ୍କ ସମସ୍ଯାକୁ ବହୁଗୁଣିତ କରି ପକାଉଛି । ମାସ ଶେଷରେ ଆସୁଥିବା ବିଜୁଳି ବିଲ ଲୋକଙ୍କ ପକେଟକୁ ଖାଲି କରି ଦେଉଛି । ଫଳରେ ସେମାନେ ନାହିଁ ନ ଥିବା ଅସୁବିଧାର ସାମ୍ନା କରୁଛନ୍ତି ।