ନିର୍ମଳା କନଭେଣ୍ଟ ସ୍କୁଲରେ ସିଆଇଏସ୍ସିଇ ଗେମସ୍ ଓ ସ୍ପୋଟର୍ସ
କେନ୍ଦୁଝର : କେନ୍ଦୁଝର ସହର ମାଇନିଂ ରୋଡସ୍ଥିତ ନିର୍ମଳା କନଭେଣ୍ଟ ସ୍କୁଲରେ ରିଜିଓନାଲ ସ୍ତରରେ ଖୋ-ଖୋ ଓ ତାଇକୋଣ୍ଡ ଖେଳ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଖେଳରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଡିଏଫ୍ଓ ଧନରାଜ ଏଚ୍ଡି ଯୋଗଦାନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏଥିରେ ବାଲେଶ୍ୱର, ବ୍ରହ୍ମପୁର, ଝାରସୁଗୁଡା, ବଲାଙ୍ଗିର, କଟକ ଓ ରାଉରକେଲା ଆଦି ୬ଟି ଜୋନରୁ ପ୍ରାୟ ୨୨୮ ଜଣ ଖେଳାଳି ଯୋଗଦାନ କରିଥିଲେ । ରିଜିଓନାଲ ହେଡ୍ ସିଷ୍ଟର ଡ଼ ଯସମେରିଆଙ୍କ ତତ୍ତ୍ୱାବଧାନରେ ଏବଂ ନିର୍ମଳା କନଭେଣ୍ଟ ସ୍କୁଲର ପ୍ରିନ୍ସପାଲ ସିଷ୍ଟର ମେରିଏଟ୍ ଓ ଭାଇସ୍ ପ୍ରିନ୍ସପାଲ ସିଷ୍ଟର ଟେସନ୍ଙ୍କ ସହଯୋଗରେ ଖୁବ୍ ଶୃଙ୍ଖଳାର ସହିତ ଖେଳଗୁଡିକ ସଂପନ୍ନ ହୋଇଥିଲା । ଉଦ୍ୟାପନୀ କାର୍ଯ୍ୟକ୍ରମରେ କେନ୍ଦୁଝରଗଡ ପୌରପାଳିକାର ଅଧ୍ୟକ୍ଷା ନିକୁ ସାହୁ ଯୋଗ ଦେଇଥିଲେ ଏବଂ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ ।