ମଣ୍ଡିରେ ଧାନ ନ ଉଠିବାରୁ ଜାତୀୟ ରାଜପଥ ଅବରୋଧ

 ବୋରିଗୁମ୍ମା: ରାଜ୍ୟ ସରକାର ଚାଷୀଙ୍କ ଅମଳ ଧାନର ମୂଲ୍ୟ ବଢ଼ାଇ ୩୧୦୦ଟଙ୍କା କଲେ ଏବଂ କଟଣି ଛÿଟଣି ହେବନାହିଁ ବୋଲି  କହିଥିଲେ । କିନ୍ତୁ ସରକାରୀ ନିଦେ୍ର୍ଦଶକୁ ଫୁ ମାରି ମିଲ୍ଲର ପ୍ରଶାସନ ମନମାନି କରି ଥିବା ଜଣାପଡ଼ୁଛି । ଯାହା  ଫଳରେ ଆଜି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଅନ୍ତର୍ଗତ କାମାରା  ଧାନ ବିକ୍ରୟ କେନ୍ଦ୍ର ରେ କିଣା ବିକା କେନ୍ଦ୍ରକରି ଚାଷୀଙ୍କ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ । କାମାରା ମାଣ୍ଡି ଚଳିତ ମାସ ୧୧ତାରିଖ ଦିନ ଉଦଘାଟନ ହୋଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ଧାନ କିଣା ବିକା ଆରମ୍ଭ ହୋଇନାହିଁ  । ସ୍ଥାନୀୟ ଚାଷୀ ଓ ମିଲ୍ଲର ମଧ୍ୟରେ କଟିନି ଚଟଣି ନେଇ ବୁଝାମଣା ନହେବାରୁ ଚାଷୀ ଅସନ୍ତୋଷ । ଏହି ଅସନ୍ତୋଷ ପରିଣାମ ଚାଷୀ ଉତ୍ତେକ୍ତ ହୋଇ ଆଜି ରାସ୍ତା ଅବରୋଧ କରିଥିଲେ । ଚାଷୀ ଅମଳ ଧାନ ଆଣି କିଣା ବିକା ନହେଲେ ଘରୁକୁ ଫେରାଇନେଉଛନ୍ତି ।୧ ମାଣ୍ଡିରେ ଧାନ କିଣା ବିକା ନେଇ ନା ପ୍ରଶାସନ ଦୃଷ୍ଟି ଦେଉଛି ନା ମିଲ୍ଲର ଦୃଷ୍ଟି ଦେଉଛନ୍ତି ଏହି ଦୁହେଙ୍କ ସମନ୍ୱୟ ଅଭାବରୁ ଚାଷୀ ହନ୍ତ ସନ୍ତ  । ମାଣ୍ଡି ରେ ଧାନ କିଣା ବିକା ଆରମ୍ବ ନହେଲା ପର୍ଯ୍ୟନ୍ତ ଏହି ରାସ୍ତା ରୋକ ଚାଲୁ ରହିବ ବୋଲି ଚାଷୀ ନିଜ ଜିଦ ରେ ଆଡି ବସିଛନ୍ତି  । ରାସ୍ତା ଅବରୋଧ ସ୍ତଲରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୁଝାସୁଝା କରାଯାଇଥିଲା ।