ନିଶା ଦେଇ ଲୁଟିନେଲେ କ୍ୟାମେରା ଓ ନଗଦ ଟଙ୍କା

 ଦଶରଥପୁର: ଦଶରଥପୁର ଥାନା ଅଞ୍ଚଳର ଉଦୟପୁର ଗ୍ରାମର ପ୍ରଦୀପ କୁମାର ନାୟକଙ୍କୁ ନିଶା ଦେଇ ଲକ୍ଷାଧିକ ଟଙ୍କା  ଲୁଟି ନେଇଛନ୍ତି ଦୁର୍ବୃତ । ତାଙ୍କ ଅଭିଯୋଗ ମତେ ମଙ୍ଗଳବାର ତାଙ୍କ ନିକଟକୁ ଫୋନ୍ କଲ ଗୁଣ୍ଠୁଳିପଡ଼ା ବିଦ୍ୟାଳୟରେ ଏକ ଏନଜିଓ ପ୍ରୋଜେକ୍ଟ କାର୍ଯ୍ୟକ୍ରମ ଲାଗି ସୁଟିଂ କରାଯିବ ଆପଣ ଆପଣଙ୍କ କ୍ୟାମେରା ସହିତ ଆସି ପହଁଚନ୍ତୁ । ୮୨୮୦୦୮୫୪୦୧ନଂରୁ ଅଗ୍ରୀମ ୫୦୦ଟଙ୍କା ପଠାଇ ଦିଆଗଲା । ସୁଟିଂର ସ୍ଥାନ ଗୁଣ୍ଠୁଳିପଡ଼ା ବିଦ୍ୟାଳୟ ଓ ଧାର୍ଯ୍ୟ ସମୟ ଜଣାଇ ଦିଆଯାଇଥିଲା । ଫୋନ୍ କଲ୍ ଆସିଥିବାରୁ ପ୍ରଦୀପ କ୍ୟାମେରା ସହିତ ଯଥା ସମୟରେ ବିଦ୍ୟାଳୟ ନିକଟରେ ପହଁଚିଥିଲେ । ଫୋନ୍ କଲ୍ କରିଥିବା ୨ ଜଣ ତାଙ୍କ ଥଣ୍ଡା ପାନୀୟ ପିଇବାକୁ ଦେଇ ଗାଁର ଲୋକମାନଙ୍କୁ ଡ଼ାକିବାକୁ ଯାଉଛୁ ବୋଲି କହି ଅପେକ୍ଷା କରିବାକୁ କହିଥିଲେ । ସେ କିଛି ସମୟ ପରେ ବିଦ୍ୟାଳୟ ବାରଣ୍ଡାରେ ଶୋଇପଡ଼ିଥିଲେ । ସୁଟିଂକୁ ଆସିବା ବେଳେ ସୌଭାଗ୍ୟ ବଶତଃ ସଠିକ୍ ଠିକଣା ଘରେ କହି ଆସିଥିଲେ । ସୁଟିଂରୁ ଫେରିବା ବିଳମ୍ବ ଯୋଗୁଁ  ଘର ଲୋକେ ବାରମ୍ୱାର ଫୋନ୍ କରିଥିଲେ ସୁଦ୍ଧା କିଛି ଉତରନମିଳିବାରୁ ରାତି ୧୦ଟା ପରେ ଘର ଲୋକେ ସ୍କୁଲ ନିକଟରେ ପହଁଚିଥିଲେ । ଯେଉଁ ସମୟରେ ସେ ଅଚେତ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କୁ ଚିକିତ୍ସାଳୟରେ ଭର୍ତିକରିଥିଲେ । ଫୋନ୍ ପେ ନମ୍ବର ସର୍ଚÿ କରିଲେ ଉକ୍ତ ନମ୍ବରଟି ଶିବାଜୀ ସଂଜୀ ପାଣୀଙ୍କର ବୋଲି ଜଣାଯାଇଛି । ଫୋନ୍ ପେ ନମ୍ବର ଓ ଫୋନ୍ କଲ୍ ନମ୍ବର ଦୁଇଟିକୁ କଲ କରିଲେ ଯାହା ବର୍ତମାନ ସୁଇଚ୍ ଅଫ୍ ଦେଖାଉଛି । ଏସମ୍ପର୍କରେ ପ୍ରଦୀପ ମଙ୍ଗଳପୁର ଥାନାରେଅଭିଯୋଗ କରିବା ପରେ ପୁଲିସ ଘଟଣା ତଦନ୍ତ ଆରମ୍ଭ କରିଛି ।