ମୋହରିରଙ୍କ ପରଲୋକ

 ପଟ୍ଟମୁଣ୍ଡାଇ : ପଟ୍ଟାମୁଣ୍ଡାଇ ସବ ରେଜିଷ୍ଟ୍ରାର ଅଫିସର ବରିଷ୍ଠ ମୋହରିର ପ୍ରଦୁ୍ୟମ୍ନ ବିଶ୍ୱାଳଙ୍କ  ୪୫ ବୟସରେ ରବିବାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡିହାପଡା ପଞ୍ଚାୟତର ଗଣ୍ଡକୁଳ ସ୍ଥିତ ବାସଭବନ ପରଲୋକ ହୋଇଯାଇଛି । ସେ ପଟ୍ଟାମୁଣ୍ଡାଇ ସବ ରେଜିଷ୍ଟ୍ରାର ଅଫିସରେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ହେ । ମୋହରିର ଭାବେ କାର୍ଯ୍ୟ କରି ଆସୁଥିଲେ । ତାଙ୍କ ବିୟୋଗରେ ସବ ରେଜିଷ୍ଟ୍ରାର ଅଫିସ ପରିସରରେ ମୋହରିର ସଂଘ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଂଘ ଜିଲ୍ଲା ସଭାପତି ସନ୍ତୋଷ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ଅଫିସ ମୁଖ୍ୟ କିରାଣୀ ନୃସିଂହ ପରିଡା, ମୋହରିର ସଂଘ ସମ୍ପାଦକ କେଶବ ଚନ୍ଦ୍ର ସେଠି, ତ୍ରିଲୋଚନ ସେଠି, ପ୍ରତାପ ରାଉତ, ଯୁଧିଷ୍ଠିର ରାୟ, ମହେନ୍ଦ୍ର ସେନାପତି, ସଞ୍ଜୟ ଚୌଧୁରୀ, ରବି ଦାସ, ଶୁଭ ଗିରି, ଅରୁଣ ଲେଙ୍କା, ଅରବିନ୍ଦ ରାଉଳ, ପିଣ୍ଟୁ ଦାସ, ବିକାଶ ମଲ୍ଲିକ, ଜୟରାମ ନାୟକ, ତିଳୋତ୍ତମା ପଣ୍ଡା, ଉଲ୍ଲାସ କୁମାର, କପିଳ ରାଉତ ପ୍ରମୁଖ ଶୋକ ଯୋଗଦେଇ ତାଙ୍କ ଆତ୍ମର ସଦଗତି ନିମନ୍ତେ ପ୍ରାଥନା କରିଥିଲେ ।