ଖବରକାଗଜ ବିତରକଙ୍କ ପରଲୋକ 

dead


 ଦାନଗଦୀ: ସମସ୍ତଙ୍କ ପ୍ରିୟ ବିଦୁ ଭାଇ ବା ବିଦୁ ପାତ୍ର(୪୮)ଙ୍କ ଗତକାଲି ଅକସ୍ମାତ ପରଲୋକ ଘଟିଛି । ଦାନଗଦୀ ଅଞ୍ଚଳର ଜଣେ ମେଳାପୀ ମଣିଷ ଭାବେ ପରିଚିତ ବିଦୁ ସକାଳୁ ବଜାରକୁ ଆସି ପହଞ୍ଚିବା ପରେ ହଠାତ ଅସୁସ୍ଥତା ଅନୁଭବ କଲେ । ଘରକୁ ଫେରି ଶୋଇଥିବା ବେଳେ ଅଧିକ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ଦାନଗଦୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଯାଜପୁର ରୋଡ଼ ମେଡିକାଲକୁ ପଠାଇଥିଲେ । ହେଲେ ସେଠାରେ ତାଙ୍କର ପରଲୋକ ଘଟିଥିଲା । ସୁନ୍ଦର ବ୍ୟବହାର ପାଇଁ ସେ ଦାନଗଦୀ ଅଞ୍ଚଳରେ ସମସ୍ତ ପ୍ରିୟଥିଲେ । ପ୍ରତ୍ୟେକ ଦିନ ଦାନଗଦୀକୁ ଆସି ଖବର କାଗଜ ବିତରଣ କରି କିଛି ପଇସା ରୋଜଗାର କରିଥାନ୍ତି । ତାଙ୍କର ମୃତ୍ୟୁ ଖବର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ସାମ୍ବାଦିକ ଶ୍ରୀକାନ୍ତ ମହାପାତ୍ର, ପ୍ରଦୀପ ଜେନା, ପତିତପାବନ ଚକ୍ରବର୍ତ୍ତୀ ପ୍ରମୁଖ ଶୋକ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦାନଗଦି ଅଞ୍ଚଳର ବହୁ ନେତୃମଣ୍ଡଳୀ, ଦୁଇ ପୁଅ, ପନôୀ, ବନ୍ଧୁ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଗ୍ରାମ ମଶାଣିରେ ତାଙ୍କର ଶେଷ କୃତ ସଂପର୍ଣ୍ଣ ହୋଇଥିଲା ।