ନାଟ୍ୟକାର ପବିତ୍ରଙ୍କ ଶ୍ରାଦ୍ଧବାର୍ଷିକୀ

 ବାରଙ୍ଗ: ଡମପଡା ବ୍ଳକ ଅଧିନସ୍ଥ ବାଆଁରା ଗ୍ରାମର ନାଟ୍ୟକାର, ସାହିତ୍ୟାକ, ଔପନ୍ୟାସିକ, କବି ତଥା ପ୍ରାକ୍ତନ ସାଂବା ଦିକ ସ୍ୱର୍ଗତ ପବିତ୍ର ରାଉତଙ୍କ ପ୍ରଥମବାର୍ଷିକ ପ୍ରାଦ୍ଧ ଉତ୍ସବ ଅନୁଷ୍ଠିତ ହୋଇଛି । ତାଙ୍କର ପୁତ୍ର ପ୍ରିୟତୋଷ ରାଉତଓ କାହ୍ନୁ ଚରଣ ରାଉତ ଝିଅ ପଦ୍ମୀନି ମହାନ୍ତି, ଭ୍ରାତା ପ୍ରକାଶ ରାଉତ ଓ ପ୍ରଦିପ ରାଉତ ଙ୍କଦ୍ୱାରା ଏହି ସ୍ମୃତି ସଭାର ଆୟୋଜନ କରାଯାଇ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ସତସଙ୍ଗ୍ ଆୟୋଜିତ ହୋଇଥିଲା । ସ୍ମରଣିକା ଅମ୍ମାନ ପ୍ରତିଭାକୁ ପ୍ରାକ୍ତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ସ୍ୱର୍ଗତ ରାଉତଙ୍କ ସ୍ମୃତି ଉଦେ୍ଦଶ୍ୟରେ ସମସ୍ତ ବକ୍ତା ରାଉତଙ୍କ ସ୍ମୃତିଚାରଣ କରି ବକ୍ତବ୍ୟ ରଖିଥିଲେ । ସମ୍ମାନିତଅତିଥି ବିଧାୟକ ଦେବୀ ରଂଜନ ତ୍ରିପାଠୀ,  ଜିଲ୍ଲା ପରିଷଦ ସଭ୍ୟା ଆଶିଶି ସାହୁ, ଶୁବାଶଚନ୍ଦ୍ର ପାଢୀ, ଭାଗ ରଥି ପାଣି, ସୁନିଲି ସିଂହ, ସମେତ ସାମ୍ବାଦିକ ପ୍ରକାଶ ଚନ୍ଦ୍ର ସାହୁ, ଖୋଲେଖ ବିହାରୀ ପାତ୍ର, ଅକ୍ଷୟ ରାଉତ, ଦଶୁମନ୍ତ ବଳ, ସାରଙ୍ଗ ଧର ରାଉତ, ଚିତ୍ରସେନ ବଳ, ଧର୍ଯ୍ୟାଧର ରାଉତ ଉପସ୍ଥିତ ଥିଲେ ।