ନୂଆଁଖାଇ ଭେଟଘାଟ୍ ପାଇଁ ପ୍ରସ୍ତୁତି
ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ଠାରେ ଆଗାମୀ ନୂଆଁଖାଇ ଦିନେ ସାମୂହିକ ନୂଆଁଖାଇ ଭେଟଘାଟ୍ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ତ୍ରିନାଥ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ଗତବର୍ଷର ସମୀକ୍ଷା କରାଯାଇ ଚଳିତ ବର୍ଷ ପାଇଁ ପାଳନ କମିଟି ଗଠନ କରାଯାଇଥିଲା । ସର୍ବସମ୍ମତିରେ କମିଟିର ସଭାପତି ଭାବରେ ତ୍ରିନାଥ ମେହେର, ଉପସଭାପତି ରଜନି ମାଝୀ, ମନୋରଞ୍ଜନ ମେହେର, ଜିତେନ୍ଦ୍ର ମେହେର, ସୁଶାନ୍ତ କୁମାର, ଶୈଲେସ ସା, ସଂପାଦକ ଭାବରେ ପ୍ରଭାତ କୁମାର ମେହେର, ସହସଂପାଦକ ସନ୍ତୋଷ ନାୟକ, ନିତିଶ ମେହେର, ସଂଜିବ ଭକ୍ତ, ଅରୁଣ ମେହେର, ସୁନିଲ ମେହେର, ରାଜୁ ମାଝୀ, ମନୋଜ ଜଗତ, ଅନିଲ ମେହେର, ନରେଶ ମାଝୀ ଓ କୋଷାଧ୍ୟକ୍ଷ ଭାବରେ ରଶ୍ମୀରଂଜନ ସାଙ୍କୁ ମନୋନୀତ କରାଯାଇଥିଲା । ସେହିଭଳି ସର୍ବବ୍ୟବସ୍ଥା ପ୍ରମୁଖ ଭାବରେ ବେଣୁଧର ମେହେର ଓ ଉପଦେଷ୍ଟାରେ ବୈଶମ୍ପାୟନ ମେହେର, ନୀଳମଣି ମେହେର, ଡମ୍ବରୁଧର ମେହେର, ଶଶୀଭୂଷଣ ମାଝୀ, ଗଳାମଣି ସା, ନାରାୟଣ ପାତ୍ର, ନରହରି ମେହେର, ଚନ୍ଦ୍ରଭାନୁ ସୁନାନୀ, ଅଜିତ ଯୋଷୀ, ଅରିଗଞ୍ଜନ ଯୋଷୀ, ନବୀନ ଚନ୍ଦ୍ର ମେହେର, ଈଶ୍ୱର ପ୍ରସାଦ ମେହେର, ମୋହନ ଦାସ, ବୈଷ୍ଣବ ମେହେର ପ୍ରମୁଖ ରହିଛନ୍ତି । ସଭାରେ ଅଞ୍ଚଳର ସମସ୍ତ ବର୍ଗର ବରିଷ୍ଠ ଓ ଯୁବକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ରୂପରେଖ ବିଷୟରେ ଆଲୋଚନା କରିଥିଲେ । ଶେଷରେ ଶୈଲେସ ସା ଧନ୍ୟବାଦ ପ୍ରଦାନ କରିଥିଲେ ।