ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୋଗଦାନ 

 ଖଣ୍ଡପଡ଼ା : ଖଣ୍ଡପଡା ଏନଏସି କାର୍ଯ୍ୟାଳୟରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅଭିଷେକ ମିଶ୍ର ମଙ୍ଗଳବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏନଏସିର  ସମସ୍ତ କର୍ମଚାରୀ ନୂତନ ପ୍ରଶାସନିକ ଅଧିକାରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ । ପ୍ରକାଶଥାଉକି ଶ୍ରୀ ମିଶ୍ର ଏଥିପୂର୍ବରୁ ରାଉରକେଲା ପୌରପାଳିକାରେ ଅତିରିକ୍ତ କମିଶନର ଭାବେ କାର୍ଯ୍ୟରତ ଥିଲେ । ଗତ କିଛିଦିନ ତଳେ ଏଠାରେ କାର୍ଯ୍ୟରତ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ କୁମାର ଧଳ ଠିକାଦାରଙ୍କ ଠାରୁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ  ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯିବାପରେ ଏହି ପଦବୀଟି ଖାଲି ପଡିଥିଲା । ନୂତନ ଅଧିକାରୀଙ୍କ ଯୋଗଦାନ ପରେ ଏନଏସିର କର୍ମଚାରୀମାନେ ଆନନ୍ଦ ପ୍ରକାଶ କରିଛନ୍ତି ।