ନୂତନ ଜିଲ୍ଲା ସଭାପତିଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା

  ଅନୁଗୁଳ :  ଅନୁଗୁଳ ଜିଲ୍ଲା ବିଜେପିର ନୂତନ ଜିଲ୍ଲା ସଭାପତି ଭାବେ ଯଯାତି ପଟ୍ଟନାୟକଙ୍କର ନାମ ଘୋଷଣା କରାଯାଇଛି । ଏହାପରେ ସମଗ୍ର ଅନୁଗୁଳ ଜିଲ୍ଲାରୁ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ନିକଟକୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନାର ସୁଅ ଛୁଟିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସମସ୍ତ ଜିଲ୍ଲା ସଭାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାଂସଦ ରୁଦ୍ର ନାରାୟଣ ପାଣି, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ପାଳଲହଡା ବିଧାୟକ ଅଶୋକ ମହାନ୍ତି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଏନଏସ ଆଇ ସି ଡାଇରେକ୍ଟର କାଳନ୍ଦି ସାମଲ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ପ୍ରାକ୍ତନ ବିଧାୟକ ରମେଶ ସାଏ, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ପ୍ରମୁଖ ନୂତନ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନୁଗୁଳ ଜିଲ୍ଲାକୁ ରାଜ୍ୟରେ ଏକ ନମ୍ବର କରିବା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲା ପାଇଁ ଆଣୁଥିବା ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କାର ବିକାଶ ମୂଳକ କାର୍ଯ୍ୟକୁ ସଠିକ ଭାବେ ବିଧାନସଭା କ୍ଷେତ୍ର ଅନୁଯାୟୀ ତ୍ୱରାନ୍ୱିତ କରିବା ସହ ସଂଗଠନକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ସମେତ ଜିଲ୍ଲାର ସମସ୍ତ ନେତୃବୃନ୍ଦ ଓ ଜିଲ୍ଲା ପ୍ରଭାରୀ ସିମାଞ୍ଚଳ ଖଟେଇଙ୍କୁ କୃତଜ୍ଞତା ଜଣାଇଛନ୍ତି ।