ନୂତନ ବିଜେପି କାର୍ଯ୍ୟାଳୟ ଉଦ୍ଘାଟିତ  

ବେତନଟୀ: ବେତନଟୀ ଧର୍ମଶାଳା ଠାରେ ଭାରତୀୟ ଜନତା ପାର୍ଟିର ନୂତନ କାର୍ଯ୍ୟାଳୟକୁ ବାଲେଶ୍ୱର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବିଧାୟକ ସନାତନ ବିଜୁଳି ଓ ନବନିଯୁକ୍ତ ଜିଲ୍ଲା ସଭାପତି ନିହାର ମୋଦି ଯୋଗଦାନ କରିଥିଲେ । ୩୫ନଂ ଜୋନ ମଣ୍ଡଳ ସଭାପତି ଜୀବନ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ୩୫ନଂ ଜୋନ୍ ସମେତ ବେତନଟୀ ଏବଂ ବଡ଼ସାହି ବ୍ଲକର ବିଭିନ୍ନ ପଞ୍ଚାୟତମାନଙ୍କରୁ ଦଳୀୟ କାର୍ଯ୍ୟକର୍ତ୍ତା, ନେତୃବୃନ୍ଦ ଓ ବେତନଟୀର ବିଭିନ୍ନ ସଂଗଠନ ଯୋଗଦାନ କରିଥିଲେ । ଦଳୀୟ ସଂଗଠନକୁ ସୁସଂଗଠିତ ଏବଂ ସୁବ୍ୟବସ୍ଥିତ କରିବା ସହିତ ଲୋକଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିର ଏହି ନୂତନ କାର୍ଯ୍ୟାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଅତିଥିମାନେ ଅଭିଭାଷଣ ରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ସଂଗଠକ ଚନ୍ଦ୍ର ଶେଖର ବେରା, ସମାଜସେବୀ ନିରଞ୍ଜନ ମହାନ୍ତି, ଅନିଲ ମହାପାତ୍ର, ମନୋରଞ୍ଜନ ରାଉତ, ସଂଜୀବ ଜେନା, ମନୋଜ ପଣ୍ଡା , ରାକେଶ ମହାନ୍ତ, ବିର କିଶୋର ବିଶ୍ୱାଳ, ହିମାଂଶୁ କବାଟ, କେଶବ ନାଥ, ଦିପ୍ତିକାନ୍ତ ସେଠୀ, ଅରୁପ ଲେଙ୍କା, ଭାଗିରଥୀ ମିସ୍ତ୍ରୀ, ଧ୍ରୁବଚରଣ ଦାସ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ ।