ନୂତନ ବ୍ଲକ ଗଠନ ପାଇଁଁ ଦାବି

 ବୈତରଣୀ ରୋଡ:  ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟରେ ବ୍ଲକ ସଂଖ୍ୟାକୁ ବୃଦ୍ଧିକରିବା ପାଇଁ ଯୋଜନା କରୁଥିବା ବେଳେ ବୈତରଣୀ ରୋଡକୁ ଏକ ନୂତନ ବ୍ଲକ କରିବାପାଇଁ ଦାବି ହେଉଛି । କଂଗ୍ରେସ ନେତା ହରେକୃଷ୍ଣ ସାହୁଙ୍କ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଭୌଗଳିକ ଦୃଷ୍ଟିକୋଣରୁ ବୈତରଣୀ ରୋଡ ୧୦ଟି ପଞ୍ଚାୟତର କେନ୍ଦ୍ରସ୍ଥଳି ହୋଇଥିବା ବେଳେ ବୈତରଣୀ ରୋଡ଼ ଠାରୁ ଗମନାଗମନ ପାଇଁ ୧୦ କିଲୋମିଟର ବ୍ୟବଧାନରେ ବନ୍ଦାଳ, ମୂଳାପାଳ, କରଦା, ମୁକୁନ୍ଦପୁର, ଗୌରପୁର, ରଣପୁର, ଅସନଝର, ତାରାକୋଟ, ବରୁଣ୍ଡେଇ ଓ ଅମୃତିଆ ହେଉଥିବା ସ୍ଥଳେ ଜନସାଧାରଣ ମାନେ ଖୁବ୍ କମ ସମୟରେ ବ୍ଳକରେ ପହଁଚି ନିଜନିଜର କାର୍ଯ୍ୟକୁ ସହଜରେ କରିପାରିବେ ଏବଂ ଏହି ୧୦ ଗୋଟ ପଂଚାୟତ କୋରେଇ ବ୍ଲକର ବନ୍ୟାପ୍ରପିଡ଼ିତ ଅଂଚଳ ଭାବେ ପରିଗଣିତ । ବନ୍ୟା ସମୟରେ  ପଂଚାୟତ ଗୁଡ଼ିକ ବାହ୍ୟଜଗତରୁ ବିଛିନ୍ନ ହୋଇଥିବାର ନଜିର ରହିଛି । କୋରେଇ ବ୍ଲକକୁ ଯିବା ପାଇଁ ୨୦ ରୁ ୨୫ କିଲୋମିଟର ରାସ୍ତା ହେଉଛି ବୋଲି ଉପସ୍ଥିତ ବୁଦ୍ଧିଜୀବୀ  ମତବ୍ୟକ୍ତ କରିଥିଲେ । ଆଗାମି ଦିନରେ ନୂତନ ବ୍ଲକ ଗଠନ ପାଇଁ ୧୦ଟି ପଂଚାୟତର ଲୋକପ୍ରତିନିଧି, ବୁଦ୍ଧିଜୀବୀ ଓ ଶିକ୍ଷାବିତଙ୍କୁ ନେଇ ଆଲୋଚନା କରାଯିବା ସହ ବ୍ଲକ ଗଠନ ପାଇଁ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରାଯିବାକୁ ଆଲୋଚନା ହୋଇଥିଲା । ବୈଠକରେ ସମିତିସଭ୍ୟ ରଶ୍ମୀରଂଜନ ପରିଡା, ଉଦୟନାଥ ପରିଡା, ନାଏବ ସରପଂଚ ଗୋପାଳ ଜେନା,ପ୍ରକାଶ କୁମାର ସାହୁ, ଶିକ୍ଷାବିତ୍ କିଶୋର କୁମାର ମହାନ୍ତି, ବିଷ୍ଣୁ ଚରଣ ଖଣ୍ଡେଇ, ସୁଧିର କୁମାର ମହାନ୍ତି, ଅକ୍ଷୟ ମହାଳିକ, ସୁନନ୍ଦ ପାତ୍ର, ଅଜୟ ଦାସ, ପରକ୍ଷିତ ସାହୁ, ଜଗବନ୍ଧୁ ଜେନା, ସୁରେନ୍ଦ୍ର ସେନାପତି, ଭାଗବତ ଜେନା, ନଟବର ମୁଦୁଲି, ରବିନ୍ଦ୍ର ପଳତା, ଇମ୍ରାନ ଖାଁ, ସଦାଶିବ ରାଉତ, ପ୍ରତାପ ସାହୁ, ଅଭିମନୁ୍ୟ ସେଠୀ, ଦେବାଶିଶ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।