ଗଳିପଡ଼ିଲା ୫-ଟି ସ୍କୁଲ ଛାତ ସିଲିଂ 

ାା ପ୍ରଭାନୁ୍ୟଜ ।ା: ୫-ଟିରେ ଅନ୍ତଭୃକ୍ତ କୋରେଇ ବ୍ଲକ ପଛିକୋଟ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ ସିଲିଂ ଗଳିପଡ଼ିଛି । ୫-ଟିରେ ଅନ୍ତର୍ଭୁକ୍ତ ଥିବା ଏହି ସ୍କୁଲର ଉନ୍ନତିକରଣ ପାଇଁ ୬୦ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ତକôାଳୀନ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଏହାର  ଉଦ୍ଘାଟନ କରିଥିଲେ । କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ସେତେ ବେଳେ ଅଭିଯୋଗ ହୋଇଥିଲେ ହେଁ କେହି କର୍ଣ୍ଣପାତ କରି ନଥିଲେ । ଯାହା ଏବେ ସତ୍ୟ ପ୍ରମାଣିତ ହୋଇଛି । ଏହି ଅର୍ଥରେ ନିର୍ମାଣ ହୋଇଥିବା ଏକ ଶ୍ରେଣୀ ଗୃହର ଛାତରୁ ପାଣି ଗଳିବା ପରେ ଶନିବାର ସିଲିଂ ଗଳି ପଡ଼ିଥିଲା । ଯଦିଓ ସେଠାରେ ପିଲାଙ୍କ କ୍ଲାସ୍ ରୁମ୍ ରହିଥିଲା କିନ୍ତୁ ପାଣି ଗଳୁଥିବାରୁ କୋଠରୀକୁ ତାଲା ପକାଇ ଦିଆ ଯାଇଥିଲା । ଯାହାଫଳରେ ଏକ ଅଘଟଣକୁ ରୋକ ଯାଇପାରିଥିଲା । ଅସୁରକ୍ଷିତ ଅବସ୍ଥାରେ ଥିବା ଶ୍ରେଣୀ ଗୃହ ସମ୍ପର୍କରେ ପ୍ରଧାନ ଶିକ୍ଷକ ଅଜୟ କୁମାର ବେହେରା ଜିଲା ଶିକ୍ଷାଧିକାରୀ ବ୍ଲକ ଶିକ୍ଷାଧିକାରୀ ଓ ବିଡିଓଙ୍କ ଦୃଷ୍ଟିକୁ ଏହା ଆଣିଥିବା କହିଛନ୍ତି । ମଙ୍ଗଳବାର ଏନେଇ କୋରେଇ ବ୍ଲକ ସହକାରୀଯନ୍ତ୍ରୀ ରଶ୍ମିତା ତରାଇ ଓ କନିଷ୍ଠଯନ୍ତ୍ରୀ ହେମଲତା ପ୍ରଧାନ ସ୍କୁଲକୁ ଆସି ଭାଙ୍ଗି ପଡ଼ିଥିବା ସିଲିଂ ଓ ଗୃହ ଅବସ୍ଥା ଅନୁଧ୍ୟାନ କରିଛନ୍ତି ।