ପଇସା ପାଇଁ ସାଜୁଛନ୍ତି ଶିଶୁ ଶ୍ରମିକ ବୁଲି ବୁଲି ଗୋଟାଉଛନ୍ତି କବାଡ଼ିଆ ସାମଗ୍ରୀ


ାା ପ୍ରଭାନୁ୍ୟଜ ।ା ପାଣିକୋଇଲି : ସବୁରି ମୂଳରେ ପଇସା । ଆଉ ପଇସା ପାଇଁ ପାଠବଢିବା ବଦଳରେ ଶିଶୁ ଶ୍ରମିକ ସାଜୁଛନ୍ତି । ବୁଲି ବୁଲି ଗୋଟାଉଛନ୍ତି କବାଡ଼ିଆ ସାମଗ୍ରୀ । ବାଟରୁ ହେଉ କି ଦୋକାନରୁ ଯାହା ମିଳିଲା ତାକୁ ନେଇ କବାଡ଼ିଆ ଦୋକାନରେ ବିକ୍ରି କରୁଛନ୍ତି । ଏଭଳି ଚିତ୍ର କେବଳ ଗୋଟିଏ ସ୍ଥାନରେ ନୁହେଁ ସବୁଠି ପ୍ରାୟ ଦେଖିବାକୁ ମିଳେ । ଆମେ କହୁଛୁ ପାଣିକୋଇଲି ଅଞ୍ଚଳର କଥା । ପାଠ ବଢିବା ବଦଳରେ କିଛି ଶିଶୁ ଶ୍ରମିକ ସାଜି ସକାଳ ହେଲେ ଟ୍ରଲି ଧରି ବାହାରି ଆସନ୍ତି ବଜାରକୁ । ଟଲି ଚାଳକଠୁ ଆରମ୍ଭ କରି ସମସ୍ତ ଶିଶୁଙ୍କ ବୟସ ୭ବର୍ଷରୁ ୮ ବର୍ଷ ହେବ । ତାଙ୍କର ନିଜେ ଚାଲିବାର କ୍ଷମତା ନଥିଲେ ମଧ୍ୟ ଟ୍ରଲିକୁ ଟାଣି ଟାଣି ଦୋକାନକୁ ଦୋକାନରୁ ପଟି, ଭଙ୍ଗା ଟିଣ-ଲିହା, ପ୍ଲାଷ୍ଟିକ ଜରି ସଂଗ୍ରହ କରିଥାନ୍ତି । ଆଉ କିଛି ଶିଶୁମାନେ ଭିକ୍ଷା ବୃତ୍ତିରେ ଲାଗୁଛନ୍ତି । ଯେଉଁଠି ଦେଖିଲେ ନୁଖୁରା କେଶ, ଫୁଙ୍ଗୁଳା ଦେହରେ କଂସା ଖଣ୍ଡେ ଧରି ବାବୁ କିଛି ଦିଅ ଆମେ କିଛି ଖାଇନୁ ବୋଲି ସମ୍ବୋଧନ କରିଥାନ୍ତି । ଏମାନେ ଏକୁଟିଆ ନୁହେଁ କିଛି ମହିଳା ମଧ୍ୟ ଏଥିରେ ସଂପୃକ୍ତ ଅଛନ୍ତି । ବିଶେଷ କରି ପ୍ରତ୍ୟେକ ବଜାର ଓ ହାଟ ମାନଙ୍କରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ହାତରେ କଲମ ବହି ଧରି ଅଙ୍ଗନୱାଡ଼ି, ସ୍କୁଲ ଯିବା ପରିବର୍ତ୍ତେ ଭିକ୍ଷା ଥାଳ ଧରିବାକୁ ବାଧ୍ୟ ହେଉଛନ୍ତି । ଜାଣି ଶୁଣି ବାପା ମାଆ ମାନେ ଏଭଳି କାମରେ ଲଗାଇ ଦେଉଛନ୍ତି । ଯାହାଫଳରେ ଦୁଇପାଇସା ରୋଜଗାର ହେଉଛି । ଯାହା ଫଳରେ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତିକରୁଛି । ସେମାନେ ଅସାମାଜିକ କାମରେ ଲାଗିପଡିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଏପରି ଶିଶୁଙ୍କୁ କିପରି ଶିକ୍ଷା ଆଡ଼କୁ ଗତିକରିବେ ସେଥିପ୍ରତି ଦୃଷ୍ଟିଦେବା ନିହାତି ଦରକାର ।