ପଞ୍ଚୁକ ଆରମ୍ଭ, ଗାଁ ଗଣ୍ଡାରେ ଝଟକିଲା ମୁରୁଜ

ାା ପ୍ରଭାନୁ୍ୟଜ ।ା ବାଲିଚନ୍ଦ୍ରପୁର : ପବିତ୍ର ପଞ୍ଚୁକ ଆରମ୍ଭ ହୋଇଛି । ଆଜି ପଞ୍ଚୁକ ବ୍ରତର ପ୍ରଥମ ଦିନ । ଏହି ଅବସରରେ ଘରର ଝିଅ ଓ ବୋହୁ ମାନେ ବଡି ଭୋରରୁ ଉଠି ଚଉଁରା ମୂଳେ ମୁରୁଜ ପକାଇଛନ୍ତି । ନାନା ରଙ୍ଗର ମୁରୁଜରେ ଚଉଁରା ମୂଳେ ଶୋଭା ପାଉଛି ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଦେବା ଦେବିଙ୍କ ଫଟୋ ସହ ବିଭିନ ଫୁଲର ଝୋଟି । ଏଥିରେ ଫୁଟି ଉଠିଛି ଓଡିଆଣୀ କଳା ଚାତୁରୀ । ଆଜିର ଦିନରେ ବଜାରରେ ମିଳୁଥିବା ଏକାଧିକ ରଙ୍ଗର ସହାୟତା ଏହି କଳା କାରିଗରୀକୁ ଅଧିକ ଜୀବନ୍ତ କରି ଗଢିତୋଳିଛି । ପୂର୍ବରୁ ହାତ ତିଆରି ରଙ୍ଗକୁ ମୁରୁଜ ରୂପେ ବ୍ୟବହାର କରାଯାଇ ଏହି ପର୍ବ ପାଳନ କରାଯାଉଥିବା ବେଳେ ଏବେ ଏଥିରେ ବଜାରର ବିଭିନ୍ନ ରସାୟନିକ ରଙ୍ଗର ବ୍ୟବହାର ମୁରୁଜ ପକାକୁ ଅଧିକ ଆକର୍ଷଣୀୟ କରିଛି । ଏଥିରେ ଅଧିକ ଆକର୍ଷଣୀୟ ହୋଇଥିବା ଚିତ୍ର ଗୁଡିକ ମଧ୍ୟରେ ଗାଆଁ ଗଣ୍ଡାରେ ପ୍ରତିଯୋଗିତା ହେଉଥିବାର ଦେଖିବାକୁ ମିଳୁଛି ।