ପୂର୍ବତନ ସରପଞ୍ଚଙ୍କ ପରଲୋକ

 ଦଶରଥପୁର: ଏହି ବ୍ଲକ ପାଲଟପୁର ପଂଚାୟତର ପୂର୍ବତନ ସରପଂଚ ଗୌରହରୀ ନାୟକ (୯୨)ଙ୍କ ପରଲୋକ ଘଟିଛି । ସେ ୧୯୮୪ ରେ ସରପଂଚ ଦାୟିତ୍ୱରେ ଥିବାବେଳେ ପଂଚାୟତରେ ବହୁ ଲୋକାଭିମୁଖୀ କାର୍ଯ୍ୟ କରିଥିଲେ । ସେ ଗୁଜୁରାଟରେ ସାନପୁଅଙ୍କ ପାଖରେ ରହୁଥିଲେ । ଶେଷକୃତ୍ୟ ସେଠାରେ କରାଯାଇଥିବାବେଳେ ପୁଅ ସଞ୍ଜୟ ମୁଖଗ୍ନୀ ଦେଇଥିଲେ । ତାଙ୍କ ବିୟୋଗରେ ପିସିସି ସଭ୍ୟ ଦେବେନ୍ଦ୍ର ପଣ୍ଡା, କଂଗ୍ରେସ ନେତ୍ରୀକନକଲତା ମଲିକ, ବ୍ଲକ ସଭାପତି ଶ୍ୟାମସୁନ୍ଦର କର, ଜିଲ୍ଲା ଉପ ସଭାପତି ଭରତ ଚନ୍ଦ୍ର ପରିଡା, ସରପଂଚ ଲିପିକା ମଲିକ, ପୀତବାସ ବେହେରା, ନୃସିଂହ ଚନ୍ଦ୍ର ବେହେରା, ଭାଗବତ ବେହେରା, ବିମଲ ମଲିକ, କାମଳ ଲୋଚନ ନାୟକ, ପରେଶ ନାୟକ, ଶୁଭେନ୍ଦ୍ର ନାୟକ, ଆଶିଷ ନାୟକ, ଚନ୍ଦ୍ର ଶେଖର ସାହୁ, ସବ୍ୟସାଚୀ ଦାସ, ମଦନ ମଲିକଙ୍କ ସମେତ ବହୁ ବ୍ୟକ୍ତି ଶୋକ ପ୍ରକଟ ଜଣାଇଛନ୍ତି ।