ପଠାଣିସାମନ୍ତ ମହାବିଦ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ

ଖଣ୍ଡପଡ଼ା : ସ୍ୱଚ୍ଛତା ହିଁ ସେବା ସପ୍ତାହ ପାଳନ ଅବସରରେ ଖଣ୍ଡପଡ଼ା ପଠାଣିସାମନ୍ତ ମହାବିଦ୍ୟାଳୟରେ ପରିବେଶ ସଫେଇ କାର୍ଯ୍ୟକ୍ରମ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ସଚ୍ଛ ସଲୀଳା ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ ଗୋପବନ୍ଧୁ ଚୌଧୁରୀ, ରବି ନାରାୟଣ ସାହୁ, ସର୍ବେଶ୍ୱର ମହାରଣା, କ୍ରୀଡା ଶିକ୍ଷକ ସତ୍ୟଜିତ ଦାଶଙ୍କ ସମେତ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଅନୁଷ୍ଠାନ ପରିସରକୁ ଝାଡୁ ମାରି ସଫା କରିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ରାଜକିଶୋର ପ୍ରଧାନ ଓ ମହାବିଦ୍ୟାଳୟର କର୍ମଚାରୀମାନେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।