ପଥର ପଡିଲେ ସହି


ଏହି ସମଗ୍ର ସୃଷ୍ଟିର ତତ୍ତ୍ୱାବଧାରକ ଏବଂ ନିଦେ୍ର୍ଦଶକ ହେଉଛନ୍ତି ପରମାତ୍ମା । ସୃଷ୍ଟିର ଜନ୍ମ-ମୃତୁ୍ୟ ଏବଂ ପ୍ରଳୟର ସେ ଏକମାତ୍ର ଦ୍ରଷ୍ଟା । ଯଦିଓ ସଚରାଚର ବିଶ୍ୱ ବ୍ରହ୍ମାଣ୍ଡର ସେ ହେଉଛନ୍ତି ସ୍ରଷ୍ଟା ସେ କିନ୍ତୁ ନିର୍ଲିପ୍ତ । ସେ କୌଣସିଥିରେ ସମ୍ପୃକ୍ତ ନୁହନ୍ତି । ସେ ହେଉଛନ୍ତ ସ୍ୱସମ୍ଭେଦ୍ୟ ଅର୍ଥାତ୍ ସଂବେଦନ ଠାରୁ ବହୁ ଊଦ୍ଧ୍ୱର୍ରେ । ସୃଷ୍ଟିର ଆରମ୍ଭ ପୂର୍ବରୁ ପରମାତ୍ମା ଥିଲେ ଏବଂ ସୃଷ୍ଟିର ବିନାଶ ପରେ ମଧ୍ୟ ସେ ରହିଥିବେ । ପରମାତ୍ମାଙ୍କ ଠାରୁ ସୃଷ୍ଟିର ଆରମ୍ଭ ଏବଂ ତାଙ୍କରି ଠାରେ ଏହାର ବିଲୟ । ପରମାତ୍ମା କିନ୍ତୁ ସେହିପରି ନିଶ୍ଚଳ ଥିବେ ।
ସଂକ୍ଷେପରେ କୁହାଯାଇପାରେ ଯେ ଏହି ପ୍ରକାଣ୍ଡ ବିଶ୍ୱକୁ ଏକ ମହାଶକ୍ତି ପରିଚାଳିତ କରୁଛି ଏବଂ ସେହି ମହାଶକ୍ତି ହେଉଛନ୍ତି ପରମାତ୍ମା । ଯାହା ସବୁ ଆମର ଦୃଶ୍ୟ ହେଉଛି ତାହାଠାରୁ ତାଙ୍କର ସ୍ଥିତି ହେଉଛି ଭିନ୍ନ । ସୃଷ୍ଟିରେ ଯାହା କିଛି ଅଛି ସେ ସବୁର ସେ ହେଉଛନ୍ତି ଅଭିନ୍ନ ଅଂଗ । ତେବେ ଏ ସବୁକୁ ସୃଷ୍ଟି କରିବା ପରେ ପରମାତ୍ମାଙ୍କ ସ୍ଥିତି ହେଉଛି ସ୍ୱତନ୍ତ୍ର ଏବଂ ସ୍ୱାଧୀନ । ପରମାତ୍ମାଙ୍କର ଏହି ସର୍ବବ୍ୟାପୀ ଗୁଣ ଯୋଗୁ ତାଙ୍କୁ ଅନେକ ଅଜ, ଅମର ଏବଂ ଅନାଦି କହିଥାନ୍ତି । କେବଳ ସେତିକି ନୁହେଁ ତାଙ୍କୁ ମଧ୍ୟ ଅନନ୍ତ, ଅବିଚ୍ଛିନ୍ନ, ଅର୍ନିବାଚନୀୟ ଏବଂ ସଦଚିତ ଆନନ୍ଦ କୁହାଯାଏ । ପରମାତ୍ମାଙ୍କର ସର୍ବବ୍ୟାପୀ ଗୁଣକୁ ବର୍ଣ୍ଣନା କରିବାକୁ ଯାଇ କୁହାଯାଏ ଯେ ସେ ହେଉଛନ୍ତି ସୂକ୍ଷ୍ମାତିସୂକ୍ଷ୍ମ ଏବଂ ବିଶାଳତା ଠାରୁ ମଧ୍ୟ ବିଶାଳ । ତେବେ ପରମାତ୍ମାଙ୍କ ଗୁଣକୁ ବର୍ଣ୍ଣନା କରିବାକୁ ଶବ୍ଦ ଯଥେଷ୍ଟ ନୁହେଁ ।
ଭଗବାନ ଶ୍ରୀ ସତ୍ୟସାଇ ତାଙ୍କ ଦିବ୍ୟସମ୍ଭାଷଣରେ ଆମ୍ଭମାନଙ୍କୁ ମାର୍ଗ ଦର୍ଶନ କରି କହିଛନ୍ତି "ବିଶ୍ୱର ସମସ୍ତ ଜଡ଼ ଏବଂ ଜୀବ ପରମାତ୍ମାଙ୍କ ଠାରୁ ସୃଷ୍ଟ । ପଞ୍ଚମହାଭୂତ ଯଥା ମାଟି, ପାଣି, ପବନ, ନିଅାଁ ଏବଂ ବ୍ୟୋମର ସେ ହେଉଛନ୍ତି ନିୟନ୍ତ୍ରକ । ସ୍ଥାନ ଏବଂ ସମୟ ଠାରୁ ସେ ସ୍ୱାଧୀନ । ସେ ହେଉଛନ୍ତି ପରମାନନ୍ଦ । ତାଙ୍କୁ କେବଳ ସର୍ବଶକ୍ତିମାନ ଭାବେ ସମ୍ମାନ ପ୍ରଦର୍ଶନ କରାଯାଏ ନାହିଁ, ସେ ହେଉଛନ୍ତି ସବୁ ଶକ୍ତିର ସମନ୍ୱୟ ରକ୍ଷାକାରୀ । ପରମାତ୍ମାଙ୍କର ଜନ୍ମ ବା ମୃତୁ୍ୟ ନାହିଁ । ତାଙ୍କର ବୃଦ୍ଧି ନାହିଁ କିମ୍ବା କ୍ଷୟ ନାହିଁ । ପରମାତ୍ମା ସବୁବେଳେ ସତ ଚିତ ଆନନ୍ଦ ଅବସ୍ଥାରେ ବାସ କରୁଥାନ୍ତି ।'
ଈଶ୍ୱର ଏବଂ ସନ୍ଥ ହେଉଛନ୍ତି ଅଭିନ୍ନ । ଭୂଲୋକରେ ସନ୍ଥମାନେ ପରମାତ୍ମାଙ୍କ ପ୍ରତୀକ ଭାବେ କାର୍ଯ୍ୟ କରନ୍ତି । ପରମାତ୍ମା ମଣିଷ ଶରୀର ନେଇ ଜନ୍ମ ହେବା ଦ୍ୱାରା ଏହି ମର ଦୁନିଆରେ ଯାହା ସବୁ ଭୋଗିବାକୁ ପଡ଼େ ତାହା ମାନବ ହୋଇ ଜନ୍ମ ନେଇଥିବା ପରମାତ୍ମାଙ୍କ କ୍ଷେତ୍ରରେ ମଧ୍ୟ ହୋଇଥାଏ । ଏହି ଲୌକିକ ଦୁନିଆରେ କାର୍ଯ୍ୟ କରୁଥିଲେ ମଧ୍ୟ ସେ ଅଲୌକିକ ହୋଇରହନ୍ତି । ଭଗବାନ କହିଛନ୍ତି ଧର୍ମର ପତନ ହେବା ମାତ୍ରେ ସେ ମାନବ ଶରୀର ନେଇ ଧରାରେ ଜନ୍ମ ଗ୍ରହଣ କରି ଦୁଷ୍ଟଙ୍କ ନିବାରଣ କରନ୍ତି ଏବଂ ସନ୍ଥଙ୍କ ରକ୍ଷା କରନ୍ତି । ପରମାର୍ଥ ଲାଭ ମାର୍ଗରେ ବହୁ ପ୍ରତିବନ୍ଧକମାନ ରହିଛି । ସେଗୁଡ଼ିକ ହେଲା ଅହଂକାର, ଅବିଦ୍ୟା, ଲୋଭ, ମୋହ ଏବଂ କାମ । ଶ୍ରୀସତ୍ୟସାଇ ବାବା ଏହିସବୁ ଗୁଣଠାରୁ ଦୂରେଇ ରହିବା ପାଇଁ ଆଶ୍ରିତ ମାନଙ୍କୁ ସବୁବେଳେ ପରାମର୍ଶ ଦେଇଛନ୍ତି । ଆତ୍ମ ସ୍ୱରୂପ ଏବଂ ଆତ୍ମ ବିବେକରେ ରହିବା ନିମନ୍ତେ ସେ ପରାମର୍ଶ ଦେଇଛନ୍ତି । ମନ ଉପରେ ଜୟଲାଭ ନିମନ୍ତେ ସେ ତାଙ୍କର ଭକ୍ତମାନଙ୍କୁ ସାହାଯ୍ୟ କରିଥାଆନ୍ତି । ବିବେକ ଏବଂ ବୈରାଗ୍ୟର ମାର୍ଗରେ ଭକ୍ତଙ୍କୁ ନେଇ ଭବସାଗର ପାର କରାଇବାରେ ଶ୍ରୀ ସତ୍ୟସାଇ ସାହାଯ୍ୟ କରନ୍ତି । ଏଥିନିମନ୍ତେ ଭକ୍ତ ସଦଗୁରୁଙ୍କ ପାଦତଳେ ନିଜର ଶରୀର, ଧନ ଏବଂ ଆତ୍ମାକୁ ସମର୍ପଣ କରିବା ଉଚିତ । ସଦଗୁରୁ ଏତିକି ମାତ୍ର ଚାହାଁନ୍ତି । ସଦଗୁରୁଙ୍କ ଜୀବନର ଲକ୍ଷ୍ୟ ହେଉଛି ତାଙ୍କ ନିକଟରେ ଯିଏ ନିଜକୁ ସମର୍ପଣ କରିଦେଇଛି ଏବଂ ତାଙ୍କର ନାମ ଜପ କରୁଛି ତାକୁ ମୋକ୍ଷ ପ୍ରଦାନ କରିବା । ଏହି ଆଲେଖ୍ୟ ପ୍ରସ୍ତୁତି ବେଳେ ମନେପଡ଼ୁଛି କାନ୍ତ କବି ଲକ୍ଷ୍ମୀକାନ୍ତଙ୍କ ସେହି କାଳଜୟୀ ଧାଡ଼ିଟି - "ବିପଦକୁ କରନାହିଁ ଖାତର, ବିପଦରେ ହେବୁ ନାହିଁ କାତର, ଦମ୍ଭ ହୋଇଥିବୁ ରହି, ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ।'
କିଶୋର କୁମାର ଜେନା,ମୋ : ୭୩୨୫୯୦୪୯୨୭