ପଦ୍ମଲୋଚନ ବିଦ୍ୟାପୀଠ ବାର୍ଷିକୋତ୍ସବ
ପଟ୍ଟାମୁଣ୍ଡାଇ: ଚନ୍ଦନନଗର ପଦ୍ମଲୋଚନ ବିଦ୍ୟାପୀଠର ୬୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ହେମନ୍ତ ରାଉତଙ୍କ ପୌରହିତ୍ୟରେ ଆୟୋଜିତ ଉଦ୍ଘାଟନ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି, ପୂର୍ବତଟ ରେଳବାଇର ପ୍ରାକ୍ତନ ଅଧିକାରୀ କବି ନିରାକାର ଦାସ ମୁଖ୍ୟବକ୍ତା, ଯାଜପୁର ସହକାରୀ ଜିଲ୍ଲାପାଳ ଅଶୋକ ବେହେରା, ପୂର୍ବତନ ପ୍ରଧାନଶିକ୍ଷକ ପଞ୍ଚାନନ ଧଳ, ଚନ୍ଦନନଗର ସମିତିସଭ୍ୟ ମାନସ ମଲିକ, ବିଦ୍ୟାପୀଠ ପରିଚାଳନା କମିଟି ସଭାପତି ନିରଞ୍ଜନ ଶତପଥୀ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ୧ମ ଅଧିବେଶନରେ ଦୂର ସଂଚାର ଯନ୍ତ୍ରୀ ଜୟ ନାରାୟଣ ଅଖିଳ ନାଥ ମୁଖ୍ୟଅତିଥି, ଚନ୍ଦନନଗର ସରପଞ୍ଚ ବନୋଜ ସେଠୀ ଓ ସିଆରସିସି ରଞ୍ଜନ ସାହୁ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନଶିକ୍ଷକ ହେମନ୍ତ କୁମାର ରାଉତଙ୍କ ପୌରହିତ୍ୟରେ ଆୟୋଜିତ ଉଦ୍ୟାପନୀ ଉତ୍ସବରେ ସ୍ୱୟଂ ଶାସିତ କଲେଜ ପ୍ରାକ୍ତନ ପ୍ରଫେସର ଦୁର୍ଯ୍ୟଧନ ପରିଡା ମୁଖ୍ୟଅତିଥି, ବିଦ୍ୟାପୀଠ ପ୍ରାକ୍ତନ ପ୍ରଧାନଶିକ୍ଷକ ସଚ୍ଚିନନ୍ଦନ ଦାସ, ପତ୍ରକାର ଭାସ୍କର ରାଉତରାୟ, ଶିକ୍ଷାବିତ ରଘୁନାଥ ମଲ୍ଲିକ, ବିଚିତ୍ର ସିଂହ, ନିରଞ୍ଜନ ଶତପଥୀ, କବି ନଳିନୀପ୍ରଭା ଦାଶ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । କମିଟି ସଭାପତି ନିରଞ୍ଜନ ଶତପଥୀ ସ୍ୱାଗତଭାଷଣ ଓ ସହକାରୀ ଶିକ୍ଷକ ଚିତ୍ତ ରଞ୍ଜନ ବାରିକ ଅତିଥିପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ପ୍ରକାଶ ସେଠୀ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ସଞ୍ଜୟ ପ୍ରଧାନ, ସମ୍ବେଦ ରାଉତରାୟ ପ୍ରମୁଖ ପରିଚାଳନାରେ କରିଥିଲେ ।