ପଦ୍ମଶ୍ରୀ ନନ୍ଦ ସାରଙ୍କ ନାମରେ ଡାକ ଟିକଟ ପ୍ରଚଳନ ଦାବି
କାଳିଆପାଣି : ସୁକିନ୍ଦା ବ୍ଲକ କନ୍ତିରା ଗ୍ରାମର ସ୍ୱର୍ଗତଃ ପଦ୍ମଶ୍ରୀ ନନ୍ଦକିଶୋର ପୃଷ୍ଟି (ନନ୍ଦ ସାର)ଙ୍କ ସ୍ମୃତିରେ ସ୍ମାରକୀ ଡ଼ାକଟିକଟ ପ୍ରଚଳନ କରିବା ପାଇଁ କାଙ୍କଡ଼ପାଳ ପଞ୍ଚାୟତଗନ୍ତାୟତ କାଟେଣି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦାବି କରାଯାଇଛି । ଛାତ୍ରଛାତ୍ରୀଙ୍କ ନେତୃତ୍ୱରେ ଆୟୋଜିତ ସ୍ୱତନ୍ତ୍ର ଦସ୍ତଖତ ଅଭିଯାନରେ କାଙ୍କଡ଼ପାଳ, ଗରାମିଆଁ ଓ ପଞ୍ଚାୟତର ଅନ୍ୟ ବିଦ୍ୟାଳୟର ଶତାଧିକ ପିଲା ସାମିଲ ହୋଇ ରାଜ୍ୟର ମହା ଡ଼ାକପାଳଙ୍କ ନିକଟକୁ ପତ୍ର ଲେଖି ଅନୁରୋଧ ଜଣାଇଛନ୍ତି । ନନ୍ଦ ସାର ଦଶନ୍ଧି ଦଶନ୍ଧି ଧରି ଗାଁ ଚାଟଶାଳୀରେ ଗରିବ, ଅବହେଳିତ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରି ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥଲେ । ଶିକ୍ଷା ଓ ସମାଜ ସଂସ୍କାରକ ପ୍ରତି ତାଙ୍କର ଅବଦାନ ଅତୁଳନୀୟ, ସ୍ମରଣୀୟ ଓ ପ୍ରେରଣାଦାୟୀ ଅଟେ । କାର୍ଯକ୍ରମ ପରିଚାଳନାରେ ପ୍ରଧାନ ଶିକ୍ଷକ ଛବି ଦେହୁରୀ, ସହ ଶିକ୍ଷକ ଦିନେଶ ଦେହରୁ ଓ ସ୍ଥାନୀୟ ଯୁବକ ସଂଘ ସଂଯୋଜକ ନରେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
