ବଡ଼ଚଣା କଂଗ୍ରେସ୍ କମିଟିର ସଂଗଠନ ସୃଜନ ଅଭିଯାନ

 ବଡ଼ଚଣା : ବଡ଼ଚଣା ବ୍ଲକ କଂଗ୍ରେସ୍ କମିଟିର ସଂଗଠନ ସୃଜନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବଡ଼ଚଣା ବ୍ଲକ କଂଗ୍ରେସ୍ କମିଟିର ସଭାପତି ସୁରେଶ ଚନ୍ଦ୍ର ସହାଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ପର୍ଯ୍ୟବେକ୍ଷକ ଚାରୁଲତା ଟୋକଶ ଯୋଗଦେଇ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକା ଅର୍ଜୁନ ଖଡ଼କେ ଓ ରାହୁଲ ଗାନ୍ଧୀଙ୍କ ନିଦେ୍ର୍ଦଶ କ୍ରମେ କଂଗ୍ରେସ କୁ ତୃଣମୂଳ ସ୍ତରରୁ ମଜବୁତ କରିବା ଓ ଜିଲ୍ଲା କଂଗ୍ରେସ କମିଟି ସଭାପତି ନିର୍ବାଚନ କୁ କର୍ମୀ ମାନଙ୍କ ଦ୍ୱାରା ନିର୍ବାଚିତ କରିବା ପାଇଁ ଏହି ସୃଜନ ଅଭିଯାନ ମୁଖ୍ୟଲକ୍ଷ୍ୟ ବୋଲି କହିଥିଲେ । ଅନ୍ୟତମ ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ସାଂସଦ ଯଶବନ୍ତ ସିଂ ଲାଗୁରୀ,ପ୍ରମୋଦ ପ୍ରଧାନ, ହିତେଶ ମୋଟୁଅକ୍ଷନି ପ୍ରମୁଖ ଯୋଗଦେଇ କଂଗ୍ରେସକୁ ଆଗାମୀ ଦିନରେ ବଡ଼ଚଣାରେ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟି ସଂଯୋଜକ ମନୋଜ ରାଉତ, ସୁଧାଂଶୁ ଶେଖର ଦେଓ ,ୟାକୁବ ଖାଁ, ଅଜୟ ସମଲ୍, ବ୍ଲକ୍ ଯୁବ କଂଗ୍ରସ ସଭାପତି ଜୟପ୍ରକାଶ ବିଶ୍ୱାଳ, ପୂର୍ବତନ ପିସିସି ସମ୍ପାଦକ ଡ.ସନ୍ତୋଷ ବଳ, ମାଗୁଣି ଜେନା, ଚିନ୍ମୟ କୁମାର ପ୍ରଧାନ, ଜିଲ୍ଲା କଂଗ୍ରେସ ସମ୍ପାଦକ ସଂଗ୍ରାମ ଜେନା, କଂଗେସ ବିଧାୟକ ପ୍ରକ୍ଷଥି ସନ୍ତୋଷ ନନ୍ଦ, ମାନସ କର, ରୀୟାସଦ ଅଲ୍ଲୀ ଖାଁ, ଚର୍ଚ୍ଚିତ ମହଲା, ସୁଦିପ୍ତ ସାମଲ, ସଞ୍ଜୟ ରାୟ, ବିଳାସ ଚନ୍ଦ୍ର ବାରିକ, ନୀଳକଣ୍ଠ ମିଶ୍ର, ଫକୀର ରଞ୍ଜନ ବଳ, ଦେବେନ୍ଦ୍ର ବଳ, ସଞ୍ଜୟ କର, ବିଶ୍ୱପ୍ରକାଶ ସାମଲ ମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ପର୍ଯ୍ୟବେକ୍ଷକ ଜିଲ୍ଲା ସଭାପତି ପଦ ପାଇଁ ଆଶାୟୀ ବ୍ୟକ୍ତିମାନଙ୍କ ସମ୍ପର୍କରେ କର୍ମୀମାନଙ୍କ ଠାରୁ ମତାମତ ସଂଗ୍ରହ କରିଥିଲେ ।