ପରଜା ସମାଜ ପରିଷଦର କାର୍ଯ୍ୟକର୍ତ୍ତା ଚୟନ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପରଜା ସମାଜ କାର୍ଯ୍ୟାଳୟ ନାରଙ୍ଗୀଭବନ ଚୁଟିଆଗୁଡା ଠାରେ ନୂତନ କାର୍ୟକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରାମର୍ଶଦାତା ପନୁକୁ ନାୟକ ବୈଠକରେ ସଭାପତିତ୍ୱ କରିଥିଲେ । ଏଥିରେ ବିଭିନ୍ନ ବ୍ଲକର ସଦସ୍ୟମାନଙ୍କୁ ଉପସ୍ଥିତ ରହି ଚୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଏଥିରେ ଯଥାକ୍ରମେ ଜିଲ୍ଲା ସଭାପତି ଭଗବାନ ଜାନୀ, ଉପ ସଭାପତି ମଙ୍ଗଲଦେଇ ଜାନୀ, ଉପସଭାପତି ଜିରୁ ଜାନୀ, ଉପ ସଭାପତି ନରସିଂ ଜାନୀ, ସଂପାଦକ ଲଖଣ ଜାନୀ, ସହ ସଂପାଦକ ସୋମନାଥ ଜାନୀ, କୋଷାଧକ୍ଷ ଗଣେଶ ଜାନୀ ତଥା ପରାମର୍ଶଦାତା ମଣ୍ଡଳୀର ପ୍ରମୁଖ ଖଗପତି ଜାନୀ, ବୁଦୁ ଜାନୀ, ପନୁକୁ ନାୟକ, ରଘୁନାଥ ଜାନୀ, ଚରଣ ନାୟକଙ୍କୁ ମନୋନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନନ୍ଦାହାଣ୍ଡି ସଭାପତି ପତି ନାୟକ, ତେନ୍ତୁଳିଖୁଣ୍ଟି ସଭାପତି ସଦାଶିବ ଜାନୀ, ପାପଡାହାଣ୍ଡି ସଭାପତି ନରସିଂ ଜାନୀ, ରାଇଘର ସଭାପତି ଜୟସେନ ଖୋରା, ଉମରକୋଟ ସଭାପତି ମାନସିହ ଜାନୀ, ଝରିଗାଁ ସଭାପତି ବାସୁଦେବ ଜାନୀ, କୋଷାଗୁମୁଡା ସଭାପତି ସହଦେବ ଜାନୀ ତଥା ଜିଲ୍ଲାର ସମସ୍ତ ପରଜା ଭାଇଭଉଣୀମାନ ଉପସ୍ଥିତ ରହିଥିଲେ । ଏହି କମିଟି ପରଜା କୁଳର ଉନ୍ନତି ପାଇଁ ବିଭିନ୍ନ ସମୟରେ ସଚେତନ ସଭା ମାଧ୍ୟମରେ ଲୋକଙ୍କ ପାଖରେ ବିଭିନ୍ନ ବିଷୟ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ପ୍ରଶାସନିକ ସେବା, ଶିବିର କର୍ମଶାଳା ମାଧ୍ୟମରେ ଲୋକ ନିକଟରେ ସୂଚନା ଗୁଡିକୁ ପହଞ୍ଚାଇବା କାମ କରିଥାଏ ।