ପରିକ୍ରମା ପ୍ରକଳ୍ପରେ ଭଙ୍ଗା ଯାଇଥିବା ମଠମନ୍ଦିରର ହେବ ପୁନର୍ବାସ

ପରିକ୍ରମା ପ୍ରକଳ୍ପରେ ଭଙ୍ଗା ଯାଇଥିବା ମଠମନ୍ଦିରର ହେବ ପୁନର୍ବାସ

ଭୁବନେଶ୍ବର: ପରିକ୍ରମା ପ୍ରକଳ୍ପ ସମୟରେ ଭଙ୍ଗା ଯାଇଥିବା ମଠ ମନ୍ଦିରଗୁଡ଼ିକୁ ପୁନର୍ବାସ କରିବେ ଓଡ଼ିଶାର ବିଜେପି ସରକାର । ନବୀନ ଭାଙ୍ଗିଥିବା ମଠ ମନ୍ଦିର ଗଢ଼ିବେ ମୋହନ । ଏନେଇ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଖାଲି ସେତିକି ନୁହେଁ, ଇତିମଧ୍ୟରେ ୧୯ଟି ମଠକୁ ପୁନର୍ବାସ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ପରିକ୍ରମା ପ୍ରକଳ୍ପ ସମୟରେ ଭଙ୍ଗା ଯାଇଥିବା ମଠ ମନ୍ଦିରଗୁଡ଼ିକର ପୁନର୍ବାସ କରିବେ ବିଜେପି ସରକାର । ଏନେଇ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଖାଲି ସେତିକି ନୁହେଁ, ଇତିମଧ୍ୟରେ ୧୯ଟି ମଠକୁ ପୁନର୍ବାସ ପାଇଁ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇଛି। ଗୋଟିଏ ଜାଗାରେ ମଠଗୁଡ଼ିକର ବିଜେସ୍ଥଳୀ ସ୍ଥାପିତ କରାଯିବ । ପୁରୀରେ ଏନେଇ ଏକ ଜାଗା ମଧ୍ୟ ଚିହ୍ନଟ ହୋଇଛି । ଗୋଟିଏ ଜାଗାରେ ମଠଗୁଡ଼ିକର ବିଜେସ୍ଥଳୀ ରହିଲେ ଭକ୍ତମାନଙ୍କୁ ଦର୍ଶନ, ସେବା  ଏବଂ ପୂଜା ପାଇଁ ସୁବିଧା ହେବ। ଏନେଇ ଦେଵାତ୍ତର କମିସନଙ୍କ ସହ ଦୁଇ ଥର ବୈଠକ ମଧ୍ୟ ହୋଇଛି ।

ରିପୋର୍ଟ - ହେନାମଞ୍ଜରୀ ସ୍ୱାଇଁ