ପରିବେଶ ଅନୁକୂଳ ଉତ୍ପାଦ


 ଡ.ତପନ କୁମାର ପାଳ : ରାତି ପାହିଲେ ଆମେ ବଜାରକୁ ଯାଉଛୁ । ଖାଇବା ଜିନିଷ ଠାରୁ ପନିପରିବା, ଠାକୁର ପୂଜା ସାମଗ୍ରୀ ଠାରୁ କପଡ଼ା ପତ୍ର, ପାଣି ବଟଲ ହେଉ ବା ହେଲମେଟ ଯେ କୌଣସି ଜିନିଷ ଆମେ କିଣୁ ଆମକୁ କେବଳ ଏହାର ବାହ୍ୟ ଚାକଚକ୍ୟ କ୍ଷେତ୍ରଟି ଆକର୍ଷିତ କରିଥାଏ । କିନ୍ତୁ ଏହା ଅସଲ କି ନିକଲି? ଏଥିରେ ବିଶୁଦ୍ଧତା ଓ ନିରାପତ୍ତା ଜିନିଷ ସବୁ ଠିକ ରହିଛି କି ନାହିଁ ଆମେ ସେ ସମ୍ପର୍କରେ ପ୍ରାୟତଃ ଜାଣିବାକୁ ସେପରି ଇଛା କରିନଥାଉ । ଆମ ନିତିଦିନିଆ ଜୀବନରେ ଅନେକ ଲୋକ ଏହି କାରଣରୁ ଠକି ହୋଇଥିବା ଘଟଣା ଆମେ ଶୁଣିବାକୁ ପାଇଥାଉ । ଆମ୍ଭମାନଙ୍କର ସାମାନ୍ୟ ସଚେତନତା ଅଭାବରୁ ଆମେ ଠକି ହେବା ସାର ହୋଇଥାଏ । ଆମେ କିଣୁଥିବା ଉତ୍ପାଦର ଗୁଣମାନ ନେଇ ନିଶ୍ଚିତ ହେବାକୁ ସେଥିରେ ଅଇଏସଆଇ ମାର୍କ ବା ଚିହ୍ନ ଅଛି ନା ନାହିଁ ପରଖୁ । ଠିକ ସେମିତି ଆଜିକାଲି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବା ବେଳେ ଉତ୍ପାଦଟି କେତେ ଷ୍ଟାର ମାନ୍ୟତା ପାଇଛି ତାହା ଦେଖିବାକୁ ଭୁଲୁ ନାହୁଁ । ବର୍ତ୍ତମାନ ଉତ୍ପାଦ ଖରିଦ କରିବା ବେଳେ ଖାଉଟି ମାନଙ୍କୁ ଦେଖିବାକୁ ପଡ଼ିବ କି ତାହା ପରିବେଶ ଅନୁକୂଳ କି ନୁହେଁ । ଆଉ ଏହା ସୂଚାଇ ଦେବ ଇକୋଲେବଲ ବା ଇକୋମାର୍କ । ପ୍ରସ୍ତୁତିରୁ ଅଚଳ ବା ନଷ୍ଟ ହେବା ପର୍ଯ୍ୟନ୍ତ ପରିବେଶ ଉପରେ ଅତି କମ କୁପ୍ରଭାବ ପକାଉଥିବା ଯେ କୌଣସି ସାମଗ୍ରୀ ବା ଉତ୍ପାଦ ଚିହ୍ନଟ କରିବା ଲାଗି ଇକୋମାର୍କ ମଞ୍ଜୁର କରାଯାଇଥାଏ । ଅନ୍ୟାନ୍ୟ ଦେଶର ସରକାରଙ୍କ ଭଳି ପରିବେଶର କ୍ଷତି କରୁ ନଥିବା ସାମଗ୍ରୀଗୁଡ଼ିକୁ ପ୍ରୋତ୍ସାହିତ କରିବା ଲାଗି ଭାରତ ସରକାର ମଧ୍ୟ ଖାଦ୍ୟ, ପ୍ରସାଧନ, ସାବୁନ, ଡିଟରଜେଣ୍ଟ ଓ ରଙ୍ଗ ଆଦି ଉତ୍ପାଦରେ ଇକୋମାର୍କ ଲେବୁଲ ଲଗାଇବା ପାଇଁ ବ୍ୟବସ୍ଥା କରୁଛନ୍ତି । ଏଥିପାଇଁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ବିସ୍ତାରିତ ନିୟମାବଳୀ (ଇକୋ ମାର୍କ ରୁଲସ୍ ୨୦୨୫) ପ୍ରକାଶ କରିଛି । ଉତ୍ପାଦ ଉପରେ ଇକୋମାର୍କ ସଙ୍କେତ ରହିଲେ ଖାଉଟି କିଣୁଥିବା ଉତ୍ପାଦ ସମ୍ବନ୍ଧରେ ସବିଶେଷ ସୂଚନା ପାଇ ପାରିବେ । 
 ମୂଳକଥା ହେଉଛି ଇକୋମାର୍କ ବ୍ୟବସ୍ଥା ଦ୍ୱାରା ଉତ୍ପାଦ ସାମଗ୍ରୀଟି କେତେ ମାତ୍ରାରେ ସୁରକ୍ଷିତ ଏବଂ ଏହାର କ୍ୱାଲିଟି ବା ଗୁଣବତ୍ତା ସମ୍ପର୍କରେ ବିଶେଷ ଭାବେ ସୂଚୀତ ହୋଇଥାଏ । ବଜାରରେ ଅନେକ ସାମଗ୍ରୀ ବିନା ଇକୋମାର୍କ ଦ୍ୱାରା ବିକ୍ରି ଅର୍ଥ ଏହା ପ୍ରଥମତଃ ଅପମିଶ୍ରଣର ସମ୍ଭାବନା ଏବଂ ଦ୍ୱିତୀୟତଃ ବଜାର ଜାଲିଆତି ସହ ଏମାନେ ଆୟକର ବିଭାଗ ଓ ସରକାରୀ ବ୍ୟବସ୍ଥା ଠାରୁ ଦୂରେଇ ଏକ ପ୍ରକାର ଗୋପନୀୟ କାରବାର କରିଥାନ୍ତି । ତେଣୁ ଇକୋମାର୍କ ବ୍ୟବସ୍ଥା ଦ୍ୱାରା ଖାଉଟି ସୁରକ୍ଷିତ ରହିବା ସହିତ ସରକାରଙ୍କ ଦୃଷ୍ଟି ଏହି ବ୍ୟବସ୍ଥା ଉପରେ ରହିଥାଏ । ଯାହାଦ୍ୱାରା ଯେ କେହି ବଜାରରେ ମିଳୁଥିବା ଯେ କୌଣସି ସାମଗ୍ରୀ ଉପରେ ସମ୍ଭବତଃ ନିରାପତ୍ତା ଓ ଗୁଣବତ୍ତା ପାଇଥାନ୍ତି । 
ଋ-ଜ୍ଞବସକ୍ଷ : କ୍ଟ୍ରବକ୍ଷଗ୍ଧବକ୍ଟ୍ରବଦ୍ଭଳଙ୍କଜ୍ଞବକ୍ସ୦୦୭ଅଶଜ୍ଞବସକ୍ଷ.ମକ୍ଟଜ୍ଞ