ଅଜଣା ଜଗତର ଡାକ

ଅଶୋକ ବିଶ୍ୱାଳ : ବାଲିରେ ସ୍ପଷ୍ଟ ଚିହ୍ନ ପଡିଛି । ସମୁଦ୍ର ପାଣିରୁ ଯେମିତି ଏକ ବୁଲଡୋଜର ଉଠିଆସିଛି । ଏକ ବୁଲଡୋଜର ଚାଲିଲେ ସାଇଜରେ ମାଟି ଦବିଯାଏ ଉଠିଯାଏ ଆଉ ବୁଲଡୋଜରର ଚେନର ଦାଗ ସ୍ପଷ୍ଟ ଦେଖାଯାଏ, ସେମିତି ବାଲିରେ ଏକ ଚେନ ଲଗା ବୁଲଡୋଜରର ଚିହ୍ନ ଦେଖାଯାଉଥଲା । ବୁଲଡୋଜର ଚିହ୍ନ ସେମାନଙ୍କ ଶୋଇବା ଚାଦର ଭିତରେ ଥିବା ଖାଲି ଜାଗା ଦେଇ ଏକ ଅପେକ୍ଷାକୃତ ବେଶି କୂଳିଆ ବାଲି ଜାଗା ପର୍ଯ୍ୟନ୍ତ ପହଞ୍ଚôଥିଲା । ଅସୀମ ଭଲକରି ଚିହ୍ନକୁ ଅନାଇଲେ । ଯାନର ଯେମିତି ଦୁଇପାଖେ ଏକ ଏକ ଚେନ ଲାଗିଛି ଆଉ ମଝିରେ ଏକ ଏକ ଲଙ୍ଗଳ ମୁନ ଲାଗିଛି । ମଝିରେ ଗଭୀର ଗାର ଥିଲା ଆଉ ଥାପିଥାପି ହୋଇ ପାଦ ଚିହ୍ନ ଯେମିତି ପଡିଥିଲା । ବାଲିର ଉପରକୁପତ୍ରସବୁ ଗାଢ ସବୁଜ ଥାଇ ଆଉବାଇଗେଣିଆ କାହାଳୀ ଭଳି ଫୁଲଥିବା ଲଟା ବେଶ ମାଡିଛି । ସେ ପାଖରେ ଠାଏ ବାଲି ଉଠିଯାଇଥିଲା । ଆଉ କେଇଟା ଛୋଟ କୁଦ ହୋଇଛି । କାଲି ରାତିରେ ଏ ବାଲିରେ କିଛି ଚିହ୍ନ ମଧ୍ୟ ନଥିଲା । ଏମାନେ ରାତିରେ ଥକି ଶୋଇଗଲାପରେ କଚ୍ଛପ କେତେବେଳେ ଗଭୀର ରାତିରେ ଅଣ୍ଡା ଦେବାକୁ ଉଠିଆସିଛି ଆଉ ବାଲିରେ ଗାତ ଖୋଳି ଅଣ୍ଡା ଦେଇ, ଗାତକୁ ଠିକ ଭାବେ ଥାପି, ଘୋଡାଇ ଫେରିଯାଇଛି । ସମୁଦ୍ରର ଢେଉ ଶବ୍ଦରେ ସେମାନେ କିଛି ଜାଣିପାରି ନାହାନ୍ତି । ଢେର ରାତି ଆଉ ସକାଳ ଭିତରେ ଏକ ନବ ଜୀବନର ଆଗମନପାଇଁ ଅନେକ ଆୟୋଜନ ମା’ ଦ୍ୱାରା ଆରମ୍ଭ ହୋଇ ଶେଷ ହୋଇଯାଛିି । ପାଣିରେ କିଛି ଚିହ୍ନ ନାହିଁ, କିନ୍ତୁ ସମୁଦ୍ରକୂଳର ବାଲି ଜୀବନର ଚିହ୍ନକୁ ସ୍ପଷ୍ଟ ଧରି ରଖିଛି 
ଅସୀମ କୂଳକୁ ଅନାଇଲେ । କୂଳର ବାଲି ଅନେକ ଯାଗାରେ ଢେଉଢେଉକା ଚିହ୍ନମାନ ଥିଲା । ଆଜିର ଦିନରେବାଲି ପାଖକୁ ଯିବା ଚିହ୍ନ ଏତେ ସ୍ପଷ୍ଟ ନାହିଁ । ମା’ କଚ୍ଛପ କେବେଠୁ ଅଣ୍ଡାଦେଇ ଫେରିଯାଇଛି । ଏବେ କେବଳ କୁଦର ଚିହ୍ନ ଅଛି । ବାକି ଚିହ୍ନ ପବନ ମାଡରେ ବାଲିରେ ମିଶି ଗଲାଣି । ସବୁ କୁଦ ତଳେ ଅଣ୍ଡା ଥିବ । କିଛିରୁ ଛୁଆ ଫୁଟିବା ଫୁଟିବା ହେଉଥିବ ।କିଛିରୁପରେ ଛୁଆ ଫୁଟିବେ । ସମୁଦ୍ରକୂଳିଆ ଗଛ ପର୍ଯ୍ୟନ୍ତ କଚ୍ଛପମାନେ ଯାଆନ୍ତି ନାହିଁ । ସବୁ ଛୋଟ ବଡ କୁଦ ଖୋଲା ବାଲିରେ ଥିଲା । ଗୋଟାଏ ଦୁଇଟା କୁଦରୁ ବାଲି କିଛି ଖୋଳା ହେଲା ପରି ଲାଗୁଥିଲା ଆଉ କିଛି ଅଣ୍ଡା ଫୁଟି ପଡିଥିଲା । ବୋଧହୁଏ ମନିଟର ଲିଜାର୍ଡ କେବେ ଆସି ଗାତ ଖୋଳି ଅଣ୍ଡା ଖାଇଦେଇଥିବ । ସମୁଦ୍ର କଚ୍ଛପର ଏହି ଲିଜାର୍ଡମାନେ ଭୂମିରେ ବଡ ଶତ୍ରୁ । ଅଧିକାଂଶ କୁଦ କିନ୍ତୁ ଅତୁଟ ଥିଲା ।ଏସବୁ କୁଦକୁ ଦେଖିଲେ ଲାଗୁଥିଲା ଯେମିତି ସମୁଦ୍ରକୂଳରେ କିଏ ଛୋଟ ଛୋଟ ସ୍ୟାଣ୍ଡ ଡ୍ୟୁନ୍ସ ତିଆରି କରିଦେଇଛି । ପବନ ବୋହିବା ଯୋଗୁ ଡ୍ୟୁନ୍ର ଅବକ୍ଷୟ ଘଟୁଛି ତ କେଉଁଠି ନୂଆ ଡ୍ୟୁନ୍ ତିଆରି ହୋଇଯାଉଛି । ପଛକୁ ପାଣ୍ଡାନାସ ଗଛଗୁଡିକ ସୁନ୍ଦର ଲାଗୁଛି । ତେଣିକୁ ଜଙ୍ଗଲ ଗଭୀରରୁ ଗଭୀର ହୋଇଯାଉଛି । ମ୍ୟାପକୁ ଅନାଇଲେ ଜଣାଯାଏ ଗଲାଥିଆ ବିଚକୁ ବହୁ ଦୂରରୁ ଦେଖିହେବ । ଅସୀମଙ୍କ ମନରେ ପ୍ରଶ୍ନ ଆସେ କ’ଣପାଇଁ ଜ୍ୟାଣ୍ଟ ଲେଦରବ୍ୟାକ କଚ୍ଛପମାନେ ଗଲାଥିଆ ଭଳି ବିଚକୁ ଏତେ ପସନ୍ଦ କରନ୍ତି? ପାଣି ଭିତରୁ ସେମାନଙ୍କୁ ଏ ବିଚମାନ କେମିତି ଲାଗୁଥିବ? କେମିତି ଜାଣିପାରିବେ ଗଲାଥିଆ ପ୍ରକୃତରେ ଅଣ୍ଡାଦେବା ପାଇଁ ଉପଯୁକ୍ତ ସ୍ଥାନ କି ନାହିଁ? ଏତେ ଦୁରରୁ ଆସୁଛନ୍ତି । ସମାନ୍ୟ ଭୁଲ ହେଲେ କେଉଁଠି ନା କେଉଁଠି ପହଞ୍ଚôବେ, ତଥାପି ଗଲାଥିଆରେ ପହଞ୍ଚôଯାଉଛନ୍ତି । ଦୂରରୁ ଗଲାଥିଆ ଦେଖି ହେବକି?
ଏମିତି ଏକ ଉପଯୁକ୍ତ ସ୍ଥାନ ଥିଲା ୪୮ କି.ମି. । ସେଠୁ ଗଲାଥିଆ ଉପକୂଳ ଦେଖାଯାଏ । ଆଉ କିଛି ଦୂରରେ ତଳ ଆଡକୁ ପଡିବ ୫୧ କିଲୋମିଟର ବତିଘର ଆଉ ଉପରେ ପଛକୁ ରହିଯାଇଥିବ ଗଲାଥିଆ ବିଚ । ସେମାନେ ଅନାଇବା ଜାଗାରୁ ଏପଟେ ସମୁଦ୍ରକୂଳ ବେଶି ପଥୁରିଆ, ଅନେକ ଭିତରକୁ ପଥର ଚାଲିଯାଇଛି । ସମୁଦ୍ରରେ ଢେଉ ଏଠାରେ ବେଶି । ଲହଡି ଏକ ବଡ ସାପର ଫଣା କରି ଜୋରରେ ମାଡ଼ିଆସେ । 
ଆଉ ଦୂରରେ ଦେଖାଯାଏ ଭୂଖଣ୍ଡ ଭିତରକୁ ସମୁଦ୍ର ପଶିଆସିଛି ଆଉ ସେ ବିଚରେ ପାଣି ସିଧା ମାଡ ହେଉନି । ଦୂରରୁ ଦେଖିଲେ ଗୋବିନ୍ଦ ନଗର, ଶାସ୍ତ୍ରୀ ନଗର ପଟୁ ଭୂମି ସାମାନ୍ୟ ବଙ୍କା ହୋଇ ଦକ୍ଷିଣ ପଶ୍ଚିମ ଆଡକୁ ଆସିଛି ଆଉ ଏକ ବିନ୍ଦୁରୁ ଉତ୍ତର ଆଡକୁ ବୁଲି ପୁଣି ଏକ ଛୋଟ ଆର୍କ କରିପଶ୍ଚିମକୁ ଚାଲିଯାଇ ଗଲାଥିଆ ନଦୀକୁ ଛୁଇଁଛି । ବିଚରେ ତେଣୁ ରହିଛି ବାଲି । ବୋଧହୁଏ ଏହି କାରଣ? ପାଣି ଏକ କଡୁଆ ହୋଇ ଗଲାଥିଆ ପରେ ତଳକୁ ଥିବା ପଥୁରିଆ ବିଚ ଉପରେ ମାଡ ହେଉଛି । ଅବଶ୍ୟ ସମୁଦ୍ର କଚ୍ଛପମାନେ ବହୁ ଅଳ୍ପ ସଂଖ୍ୟାରେ ୪୬-୪୮ କିମି ଅଞ୍ଚଳରେ ଥିବା ସାମାନ୍ୟ ବାଲିଆ ଯାଗାକୁଭୂଲରେ ଆସିଯାଆନ୍ତି । ଗ୍ରୀନ ସି ଟର୍ଟଲମାନେ କିଛି ସଂଖ୍ୟାରେ ଡଗମାର ନଦୀ ପର୍ଯ୍ୟନ୍ତ ଆସିଥାନ୍ତି । ସେପଟେ ବହୁ ଉତ୍ତରକୁ ଲ ଫୁଲ ବା ସେହିପରି କିଛି ବାଲିଆ ଜାଗାକୁ ଅନ୍ୟ କଚ୍ଛପମାନେ ଯଥା ଗ୍ରୀନ ସି ଟର୍ଟଲ, ହକସବିଲ ଟର୍ଟଲ ଆଉ ଅଲିଭ ରିଡଲେ ଟର୍ଟଲ ଆସିଥାନ୍ତି । ଜ୍ୟାଣ୍ଟ ଲେଦରବ୍ୟାକ ଟର୍ଟଲ ସବୁ ଜାଗାକୁ ଆସିନଥାଏ ।  ସେମାନେ ଅପରାହ୍ନରେ ୪୧ କିମି ପହଞ୍ଚôଗଲେ । ଗଲାଥିଆ ନଦୀରୁ ଲଗେ ଗଲାଥିଆ ବିଚ ଉପରେ ଯେମିତି ଏକ ସାମାନ୍ୟ କୁହୁଡିର ଆସ୍ତରଣ ଘେରିଯାଇଛି । ବିଚର ଧଳା ବାଲି, ତା’ ଉପରେ ସାମାନ୍ୟ ଧଳା ପ୍ରକାଶ କୁହୁଡିର ବା ଜଳୀୟ ବାଷ୍ପର ଆଉ ତା’ ପଛରେ ଥାଏ ଅନ୍ୟ ପଟର ଜଙ୍ଗଲ । ବିଚ ଉପରେ ଜଳୀୟ ବାଷ୍ପ ଭରା ବାଦଲ କ’ଣପାଇଁ ଓହ୍ଲାଇ ଆସେ କେଜାଣି? ସମୁଦ୍ର ଲହଡି ସିଧା ବହୁ ଭିତରକୁ ପଶି ଆସୁନି । କିନ୍ତୁ ବଙ୍କେଇ ଯାଇଥିବା ଉପକୁଳରେ ଲହଡି ମାଡ ହୋଇ ଜଳୀୟ ବାଷ୍ପର ଛୋଟ ବାଦଲ ଠିକ କୂଳ ଉପରେ ତିଆରି କରୁଛି । ସେପଟ କୂଳର ପଛରେ ଥିଲା ଏକ ଢେଉଢେଉକା କଳା ଦିଗବଳୟ । ତା’ ଉପରେ ଥିଲା ଏକ ଚମକୁଥିବା ବାଦଲ, ଲାଗୁଥିଲା ଯେମିତି ଏକ ଛୋଟ ପାହାଡ ଭଳି ଧଳା ବାଦଲଟିଏ ମୁଣ୍ଡ ଟେକିଛି ଆଉ ମୁଣ୍ଡ ଚମକୁଛି । ପ୍ରତିଫଳନ ପଡିଛି ଶାନ୍ତ ନଦୀର ଜଳରେ । ସାମାନ୍ୟ କମଳା ରଙ୍ଗର ନେସା ଥିବା ଧାର ପ୍ରତଫଳନରେ ସ୍ପଷ୍ଟ ଜଣାଯାଉଛି । ଗଲାଥିଆ ନଦୀ ସମୁଦ୍ରରେ ମିଶିଲାବେଳକୁ ସାମାନ୍ୟ ବଙ୍କେଇ ଯାଇଛି । ନଦୀର କୁଳ ସଂମ୍ପୂର୍ଣ ବାଲୁଆ ଥିଲା । ଏଠି ସବୁ ନଦୀର କୁଳ ଏତେ ବେଶି ବାଲିଆ ନଥାଏ । କିନ୍ତୁ ଗଲାଥିଆ ବା ଆଲେକଜାଣ୍ଡ୍ରିଆ ନଦୀର କୂଳ ବାଲିଆ । ସମୁଦ୍ରରେ ମିଶିଲାବେଳକୁ ଗଲାଥିଆ ନଦୀର ବାମ ପଟ ବେଶି ବାଲିଆ, ଏଠି ଲମ୍ବା ଚଡା ଅଛି । ଆଉ ଏହା ହେଉଛି ସମୁଦ୍ର କଚ୍ଛପର ଅଣ୍ଡା ଦେବା ସ୍ଥାନ । ଡାହାଣ ପଟ ଅଳ୍ପ ବାଲିଆ, ବେଶି କାଦୁଆ ତଥା ପଥୁରିଆ । ଏପଟେ ଥାଆନ୍ତି ଲାଲ ଲାଲ କଙ୍କଡାମାନେ । ସେମାନେ ବେଳେବେଳେ ଦଳରେ ବାହାରନ୍ତି ଯେମିତି ମେଳା ଦେଖିବାକୁ ଯାଉଛନ୍ତି । ଆଲେକଜାଣ୍ଡ୍ରିଆ ବିଚ ତୁଳନାରେ ଗଲାଥିଆ ବିଚ ଥିଲା ଅନେକ ସଫା ଥିଲା । ପଛରେ ସେମିତି କେଓଡା ଓ ଅନ୍ୟ ସମୁଦ୍ରକୂଳିଆ ଗଛମାନ ଭରିଥିଲା  । ନଦୀ ପାଖ ବିଚ ହେବା ହେତୁ କୂଳରେ ବାଲିର ସ୍ଲୋପ ବା ଗଡାଣି ତିଖ ନଥିଲା । ଦୂରରୁ ଅନ୍ୟପଟ ସମୁଦ୍ରକୂଳର ଠିକ ତଳେ ତଥାପି ଜଳୀୟବାଷ୍ପର ବଳୟ ଥିଲା ।ବିଚରେ ବଡ ଢେଉ ନଥିଲା । ବାଲି ସଫା ଦେଖାଯାଉଥିଲା । ସମୁଦ୍ରକୂଳରେ, ଶୁଖିଲା ବାଲି ଆଡକୁ କେଉଁଠ କେଉଁଠି କଚ୍ଛପ ଅଣ୍ଡାଦେବା ସା୍ଥନ ଜଣା ପଡିଯାଉଥିଲା ।  
(କ୍ରମଶଃ) ଭୁବନେଶ୍ୱର