ଅଗ୍ନି ବିପନ୍ନଙ୍କୁ ସହାୟତା

 ବ୍ରହ୍ମବରଦା: ରସୁଲପୁର ତହସିଲ ବ୍ରହ୍ମବରଦା ରାଜସ୍ୱ ନିରୀକ୍ଷକ ଅଧିନ ଢିଅସାହି ଗ୍ରାମର ମେଳଣ ପଡିଆ ନିକଟ ଦଳିତ ସାହିରେ ଇଲେକ୍ଟ୍ରି ସର୍ଟସର୍କିଟ ଯୋଗୁ ବିଭତ୍ସ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ଗ୍ରାମର ଦୁଇ ଭାଇ ବାବୁଲି ଦାସ ଓ କାବୁଲି ଦାସଙ୍କ ଦୁଇ ବଖରା ଚାଳଘର ପୋଡ଼ି ପାଉଁଶ ହୋଇଯାଇଥିଲା । ଖବରପାଇ ଦଶରଥପୁର ବ୍ଲକ୍ କୟାଁ ପଞ୍ଚାୟତ ଦୁବକଣ ଗ୍ରାମର ସ୍ୱେଚ୍ଛାସେବୀ ସଂଗଠନ ହେଲପିଙ୍ଗ୍ ଗ୍ରୁପ ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଛି । ଅନୁଷ୍ଠାନର ମୁଖ୍ୟ ଦେବବ୍ରତ ନାୟକ ଓ ତାଙ୍କ ସହଯୋଗୀ ପଦ୍ମଲୋଚନ ଦାସ ଅଗ୍ନିକାଣ୍ଡରେ ବିପନ୍ନ ବାବୁଲି ଓ କାବୁଲିଙ୍କ ଘରେ ପହଁଚି ତାଙ୍କ ପରିବାର ବର୍ଗଙ୍କୁ ଏ ଦୁଖଃଦ ସମୟରେ ସ୍ୱାନ୍ତନା ଦେବା ସହ ରାସନ ସାମଗ୍ରୀ, ଶୁଖିଲା ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରିଥିଲେ ।