ପାଇଖାନା ସଫା କଲେ ପ୍ରଦୀପ

ଗୋଲାମୁଣ୍ଡା  : ସ୍ୱଚ୍ଛତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ହେଲେ କାମରେ ଲାଗୁନାହିଁ । ତେଣୁ ବିଜେଡି ନେତା ପ୍ରଦୀପ ମାଝୀ ଅଭିନବ ପ୍ରତିବାଦ କରି ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ପାଇଖାନା ସଫା କରିଛନ୍ତି । ପ୍ରକାଶ ଯେ, ପ୍ରକାଶ ଯେ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିସôାଳୟର ଡାଇଲେସିସ ଗୃହର  ପାଇଖାନା ଦୀର୍ଘ ଆଠ ମାସ ଧରି ସଫେଇ ହୋଇ ନ ଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଯାହା ଅନେକ ରୋଗର ବାହକ ସାଜୁଛି । କିଡନୀ ରୋଗ ଭଳି ଗୁରୁତର ରୋଗରେ ପୀଡିତ ରୋଗୀଙ୍କୁ ବିଶେଷ  ଯନôର ସହ ଚିକିସôାର ଆବଶ୍ୟକ ଥିବାବେଳେ ସେଠାର ଥିବା ପାଇଖାନା ଆଠ ମାସ ଧରି ସଫା ନ ହେବା ଦ୍ୱାରା ପାଇଖାନା ବ୍ୟବହାର କରୁଥିବା  ରୋଗୀ ଅଧିକ ସଂକ୍ରମିତ ହେବାର ଆଶଙ୍କ ଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ମାଝୀ  । ଯାହାକୁ ନେଇ ସେ ପାଇଖାନା କୁ ସଫା କରିବା ପାଇଁ ବାରମ୍ବାର ଅନୁରୋଧ କରି ଆସୁଥିଲେ, କିନ୍ତୁ ସଫେଇ ପାଇଁ କୌଣସି ପଦକ୍ଷେପ ନେଉ ନ ଥିବାରୁ  ଆଜି ପ୍ରତିବାଦ ସ୍ୱରୂପ ନିଜେ ଡାଇଲେସିସର  ପାଇଖାନା ଗୃହକୁ ଯାଇ ଫିନାଇଲ, ବିଲ୍ଲିଚିଂ ପାଉଡର ଓ ଫ୍ଲୋର କ୍ଲିନର ପକାଇ ସଫେଇ କରିଥିଲେ । ସ୍ୱଚ୍ଛ ଭାରତ ମିଶନ ରେ ପାଇଖାନା ସଫେଇ ପାଇଁ କୋଟି କୋଟି ଟଙ୍କା ଆସୁଥିବା ବେଳେ ତାହାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆତ୍ମସାତ କରୁଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ମାଝୀ  ।