ଅଚଳ ନଳକୂପ, ପିଇବା ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ
ରାଜନଗର, ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତ ବନବିହାରୀପୁର ଗ୍ରାମବାସୀ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ଅସହ୍ୟ ଗ୍ରୀଷ୍ମତାତି ସାଙ୍ଗକୁ ପାନୀୟଜଳ ସଙ୍କଟରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଗ୍ରାମର ୧୮୦ପରିବାରଙ୍କ ପାଇଁ ୫ଟି ନଳକୂପ ରହିଥିଲା । ତା ମଧ୍ୟରୁ ଗୋଟିଏ ସଂପୂର୍ଣ୍ଣ ଅଚଳ ହୋଇ ପଡିଥିବା ଅନ୍ୟ ଦୁଇଟିରୁ ପାଣି ବାହାରୁନାହିଁ । ଅପରପକ୍ଷରେ ଗୁପ୍ତି ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପରୁ ଏହି ଗ୍ରାମକୁ ପାଇପ ଯୋଗେ ଜଳ ଯୋଗାଣ ସୁବିଧା ଥିଲେ ମଧ୍ୟ ଏହାକୁ ବନ୍ଦ କରାଯାଇଛି । ଗୁପ୍ତି ଗ୍ରାମର ଦଳିତବସ୍ତିର ଲୋକେ ଏହି ପାନୀୟଜଳକୁ ବନ୍ଦ କରିଥିବା ଅଭିଯୋଗ ହୋଇଛି । ତାଙ୍କ ବସ୍ତିକୁ ଠିକ ଭାବେ ପାଇପ୍ ଯୋଗେ ପାଣି ଯାଉନଥିବାରୁ ପ୍ରତିବାଦ ପାନୀୟଜଳ ପ୍ରକଳ୍ପକୁ ବନ୍ଦ କରିଦେଇଛନ୍ତି । ପାନୀୟଜଳ ପ୍ରକଳ୍ପରୁ ପାଣି ନଯିବା ଫଳରେ ଲୋକମାନେ ଦୂଷିତ ଗଡିଆ ଜଳକୁ ବାଧ୍ୟ ହୋଇ ବ୍ୟବହାର କରୁଥିବା ବିରକିଶୋର ସାହୁ, ସର୍ବେଶ୍ୱର ପ୍ରଧାନ, ନଟବର ଦାସ, ପ୍ରତାପ ସାହୁ, ବୈ÷ଲୋଚନ ତାଡୁ, ଶରତ ପ୍ରଧାନ, ଘନଶ୍ୟାମ ପ୍ରଧାନ, ବାସୁଦେବ ତାଡୁ, ଭାଷ୍କର ଦାସ, ନବୀନସୁନ୍ଦର ପରିଡା, ତ୍ରିଲୋଚନ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି । ଏନେଇ ବିଡିଓ ନିଶାନ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।