ପାଇଥିବା କାନଫୁଲ ଫେରାଇଲେ ମହିଳା
ବୈତରଣୀ ରୋଡ଼: ବୈତରଣୀ ବଜାରରେ ମାଛ ବ୍ୟବସାୟ କରୁଥିବା ଜନୈକା ମହିଳା ବାଟରୁ ପାଇଥିବା ସୁନା କାନଫୁଲ ହଜାଇଥିବା ମହିଳାଙ୍କୁ ଫେରାଇ ଚର୍ଚ୍ଚାକୁ ଆସିଛନ୍ତି । ସଂପୃକ୍ତା ମହିଳା ଆମ୍ବୃତିଆ ପଞ୍ଚାୟତ ଭାଟ ସୋଲପଟା ଗ୍ରାମର କାହ୍ନୁ ମାଝୀଙ୍କ ପତ୍ନୀ ଉଲ୍ଲ ମାଝୀ (୫୩) ହୋଇଥିବା ବେଳେ ଅତିତରେ ସୁନାର ଦୁର୍ଗା ମୂର୍ତୀ ପାଇ ବରୁଣ୍ଡାଇ ଦୁର୍ଗା ମନ୍ଦିରକୁ ଦେଇଥିଲେ । ସୂଚନା ଥାଉକି ବରୁଣ୍ଡାଇ ଗ୍ରାମର ଅନଷୂୟା ସାହୁ ତାଙ୍କର ଭଣଜା ବ୍ରତଘରକୁ ଆସିଥିଲେ । ବ୍ରହ୍ମଚାରୀ ଗାଁ ଓ ମନ୍ଦିର ପରିକ୍ରମା ସମୟରେ ତାଙ୍କ କାନ ଫୁଲଟି ହଜି ଯାଇଥିଲା । ସେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ହେଁ ନିରାଶ ହୋଇଥିଲେ । ମଙ୍ଗଳବାର ତାଙ୍କ ଭିଣୋଇ ବିଜୟ ବିଶ୍ୱାଳ କାନଫୁଲଟି ମାଛ ବ୍ୟବସାୟ କରୁଥିବା ଉଲ୍ଲ ପାଇଥିବା କଥା ଜଣାଇଥିଲେ । ଏହା ଜାଣିବା ପରେ ଅନଷୂୟା ବରୁଣ୍ଡାଇରେ ପହଁଚି କାନଫୁଲ ପାଇଥିବା ମହିଳାଙ୍କ ନିକଟରେ ପହଁଚିଥିଲେ । ଅନଷୂୟା ପହଁଚିବା ପରେ ଉଲ୍ଲ ପାଇଥିବା କାନଫୁଲଟି ତାଙ୍କୁ ଫେରାଇ ଦେଇଥିଲେ ।