ବାହୁଡ଼ାରେ ସେବା କାର୍ଯ୍ୟ

 ପାରାଦୀପ : ପବିତ୍ର ବାହୁଡା ଯାତ୍ରା ଅବସରରେ ପାରାଦୀପ କଲେଜର ଏନସିସିକ୍ୟାଡେଟ ଏବଂ ଏନସିସି ପୁରାତନ ଛାତ୍ର ସଂଘ ମିଳିତ ଆନୁକୂଲ୍ୟରେ ଶ୍ରଦ୍ଧାଳୁ ମାନଙ୍କୁ  ଦହିପାଣି ସେବା ପ୍ରଦାନ  କରାଯାଇଛି । ବିଗତ ୨୩ ବର୍ଷ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭାରତୀୟ ତଟ ରକ୍ଷୀ ବାହିନୀର ଡେପୁଟି କମାଣ୍ଡାଣ୍ଟ ରୋହିତ୍ ଗୋଏଲ ଫିତା କାଟି ଶୁଭ ଉଦଘାଟନ କରିଥିବା ବେଳେ ଏଏନଓ ଲେଫ୍ଟେନାଣ୍ଟ କମାଣ୍ଡର ଅକ୍ଷୟ ଚନ୍ଦ୍ର ମିଶ୍ର, ଏନସିସି ପୁରାତନ ଛାତ୍ର ସଂଘର ଅଧ୍ୟକ୍ଷ ଅମ୍ବିକା ପ୍ରସାଦ ମହାପାତ୍ର, ଯୁଗ୍ମ ସମ୍ପାଦକ ଏନ.ସିମାଞ୍ଚଳମ୍, କୋଷାଧ୍ୟକ୍ଷ ଧର୍ମପଦ ବାଡୋଇ,  ସହ ସମ୍ପାଦକ ନିଳିମା ପ୍ରିୟଦର୍ଶିନୀ, ହରପ୍ରିୟା ପଟ୍ଟନାୟକ, ପ୍ରିୟଙ୍କା ମଣ୍ଡଳ, ହୃଦାନନ୍ଦ ନାଥଶର୍ମା, ଲିପୁନା ବାରିକ, ରଞ୍ଜନ ମଲିକ, ପିକୁନ ସେନାପତି, ସାଇ ସତ୍ୟମ୍ ମହାପାତ୍ର, ବିଜୟ ଘଡେଇ, ଶ୍ରେୟାଂଶ, ରାହୁଲ, ପି.ଚନ୍ଦୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ।