ପାନୀୟ ଜଳ ସମସ୍ୟାର ହେବ ସମାଧାନ 

 ଗୋପ:  ପୁରୀ ଜିଲ୍ଲାରର ୩ଟି ବ୍ଲକ ର ୨୮ ଟି ପଞ୍ଚାୟତ ର ୧୫୭ ଟି ଗ୍ରାମର ପାନୀୟ ଜଳର ସମସ୍ୟାର ସମାଧାନ ନିମନ୍ତେ ମେଗା ପାନୀୟ ଜଳ ପ୍ରକଳ୍ପର ଉଦ୍ଘାଟିତ ହୋଇଛି । ପଞ୍ଚାୟତରାଜ  ଓ ପାନ ପାନୀୟ ଜଳ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ବନ୍ତୁଳିଗ୍ରାମରେ ଏହି ପ୍ରକଳ୍ପର ଶିଳାନ୍ୟାସ ଉପ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ କରିଛନ୍ତି । ପୁରୀ ଜିଲ୍ଲାର  ପୁରୀ ସଦର ବ୍ଲକର ୧୨ ପଞ୍ଚାୟତ, ଗୋପ ବ୍ଲକର ୧୪ ଓ ନିମାପଡା ବ୍ଲକ୍ର ଦୁଇଟି ପଞ୍ଚାୟତ ପାଇଁ ମେଗା ପାନ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତ ପ୍ରସ୍ତର ସ୍ଥାପନ ହୋଇଛି । ପ୍ରକଳ୍ପର ମୂଲ୍ୟ -୨୧୩,୯୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ତାହା ଆସନ୍ତା ୨୦୨୬ ଶୁଦ୍ଧା ସମାପ୍ତସ୍ତ କରିବାକୁ ବିଭାଗୀୟ ମନ୍ତ୍ରୀ କହିଛନ୍ତି । ୨୦୧୧ ଜନଗଣନା ଲୋକ ସଂଖ୍ୟା ଅନୁଯାୟୀ ୧୩୪୧୬୭ ଜଣ ଉପକୃତ ହେବେ । ବିଗତ ଅନେକ ବର୍ଷ ଧରି ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରି ନାନାଦି ରୋଗରେ ଅନେକ ବ୍ୟକ୍ତି ଆକ୍ରାନ୍ତ ହୋଇ ମୃତୁ୍ୟ ମୁଖରେ ପଡ଼ିଥିବା କଥା ସ୍ପଷ୍ଟ କରିଥିଲେ ଶ୍ରୀମତୀ ପରିଡା । ପାନୀୟ ଜଳ ପାଇଁ ଲୋକଙ୍କୁ ରୁକ୍ଷ୍ୟ ବ୍ୟବହାର କରୁଥବା ଅଧିକାରୀ ଓ ଅଧିକାରିଣୀଙ୍କୁ ତ୍ରାହି ନାହିଁ ବୋଲି ଶ୍ରୀମତୀ ପରିଡା କହିଛନ୍ତି । କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ସରକାରୀ ଅଧିକାରୀ ଓ ଅଧିକାରିଣୀଙ୍କ ସମୟ ଆସିଛି ସୁଧୁରିଯାନ୍ତୁ ନଚେତ ଅନ୍ୟତ୍ର ବଦଳୀ ହେବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ଚେତାବନୀ ଦେଇଛନ୍ତି । ଆଗାମୀ ବର୍ଷ ଠାରୁ କୌଣସି ବ୍ୟକ୍ତି ପାନୀୟ ଜଳ ପାଇଁ ଆଉ ଯେପରି ଡହକ ବିକଳ ନ  ହୁଅନ୍ତି ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟତା ବନେ୍ଦାବସ୍ତ କରିଥିବା ଉପାଧ୍ୟକ୍ଷ ମନୋରଞ୍ଜନ ପଟ୍ଟନାୟକ  କହିଥିଲେ  । ଏହି ଉତ୍ସବରେ ମୁଖ୍ୟଅତିଥି ନିମାପଡା ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ସମ୍ମାନିତଅତିଥି ରବି ନାରାୟଣ ନାୟକ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ୧୧ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ରାୟ, ଗୋପ ବ୍ଲକ ଉପାଧ୍ୟକ୍ଷ ମନୋରଞ୍ଜନ ପଟ୍ଟନାୟକ, ଜଗତସିଂହପୁର ସାଂସଦ ପ୍ରତିନିଧି ସୁଶାନ୍ତ ସ୍ୱାଇଁ, ଗୋପ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଶିବପ୍ରସାଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।