ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

 କାକଟପୁର : କାକଟପୁର ବ୍ଲକ୍ ମିଶନ ଶକ୍ତି ପକ୍ଷରୁ ଖୁଣ୍ଟିଆ କନଭେନସନ୍ ସଭାଗୃହରେ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ବ୍ଲକ୍ ଅନ୍ତର୍ଗତ ୧୬ଟି ପଞ୍ଚାୟତ ମଧ୍ୟରୁ ୮ଟି ପଞ୍ଚାୟତ କଟକଣା, ବାଙ୍ଗୁରୀଗାଁ, ଓଥକା, ଲତାହରଣ, କୁଣ୍ଢେଇ, କାକଟପୁର, ପାଟସୁନ୍ଦରପୁର ଓ ସୁହାଣପୁରରୁ ମୋଟ ୧୫ଟି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଓଡିଆ ଘରର ପାରମ୍ପରିକ ଖାଦ୍ୟ ପଦାର୍ଥରେ ପ୍ରସ୍ତୁତ ଖାଦ୍ୟର ଗୁଣବତ୍ତା,ରୁଚିକୁ ଜୁରିଙ୍କ ସମେତ ଉପସ୍ଥିତ ଜନତା ଖାଇକରି ସ୍ୱାଦ ପରଖିଥିଲେ । କାକଟପୁର ମଣ୍ଡଳ ଉନ୍ନୟନ ଅଧିକାରୀ ବିଷ୍ଣୁ ଗୋବିନ୍ଦ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ, ବିପିଏଲ ମଧୁଛନ୍ଦା ପ୍ରଧାନ, ବିପିନି ଉପେନ୍ଦ୍ର ବେହେରା,ବିଏଓ ଶାନ୍ତିଲତା ବେହେରା, ବିଏସ ୍ଏସ୍ଓ ରୋଜାଲିନ ବେହେରା ପ୍ରମୁଖ ଯୋଗଦେଇ କୃତି ସ୍ୱୟଂ ସହାୟିକା ଗୋଷ୍ଠୀ ଚୟନ କରିଥିଲେ । ବିଶ୍ୱ କନକ ଦୁର୍ଗା  ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରଥମ ଓ ମା ଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦ୍ୱୀତୀୟ ଭାବେ ଚୟନ କରାଯାଇ ୫ ହଜାର ଏବଂ ୪ ହଜାର ପୁରସ୍କାର ରାଶି ପ୍ରଦାନ କରାଯାଇଛି ।