ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା
ବିଶୋଇ : ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ସ୍ଥିତ ମିଶନଶକ୍ତି ଭବନରେ ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବ୍ଲକର ୧୩ ଗୋଟି ପଞ୍ଚାୟତରୁ ଆସିଥିବା ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀ ମା’ମାନେ ବିଭିନ୍ନ ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନୀ କରିଥିଲେ । ବିଚାରକ ମଣ୍ଡଳୀ ବ୍ଲକ ଅଧ୍ୟକ୍ଷା ତୁଳସୀ ସିକ୍ରି ହାଁସଦା, ବିଡ଼ିଓ ସାଗର କୁମାର ମୁର୍ମୁ, ସିଡ଼ିପିଓ ପ୍ରସ୍ତୁତ ଖାଦ୍ୟର ମାନ ନିର୍ଦ୍ଧାରଣ କରିଥିଲେ । ଏହି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତାରେ ୧୭ଗୋଟି ଗୋଷ୍ଠୀ ଅଂଶଗ୍ରହଣ କରିଥିବାବେଳେ ସେଥିମଧ୍ୟରୁ ବାଉତିବେଡ଼ା ପଞ୍ଚାୟତ ନୂଆଡ଼ିହି ଗାଁର ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଥମ ସ୍ଥାନ ହାସଲ କରି ପାଞ୍ଚ ହଜାର ଟଙ୍କା ଏବଂ ବନେଇକଳାର ଉକôଳିକା ସୟଂ ସହାୟକ ଗୋଷ୍ଠୀ ଦ୍ୱିତୀୟ ସ୍ଥାନ ଅଧିକାର କରି ଚାରି ହଜାର ଟଙ୍କା ପୁରସ୍କୃତ ହୋଇଥିଲେ । କାର୍ଯ୍ୟକ୍ରମକୁ ବିପିଏମ୍ ଅଚିନ୍ତ ଦାସ ପରିଚାଳନା କରୁଥିବାବେଳେ ମିଶନ ଶକ୍ତି ସଭାପତି କଳ୍ପନା ମହାନ୍ତି, ଆରତୀ ମହାନ୍ତ, କଳ୍ପନା ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ସମସ୍ତ ସମିତି ସଭ୍ୟ/ସଭ୍ୟା ଖାଦ୍ୟ ମେଳା ବୁଲି ପ୍ରସ୍ତୁତ ଖାଦ୍ୟର ମଜା ଉଠାଇଥିଲେ ।