ରେଞ୍ଜର-ସାମ୍ବାଦିକ ବିବାଦ ସମାଧାନ

  ହିନେ୍ଦାଳ : ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳ ସାମ୍ବାଦିକମାନଙ୍କ ସହ ହିନେ୍ଦାଳ ରେଞ୍ଜରଙ୍କ ବିବାଦ ଆଜି ସମାଧାନ ହୋଇଯାଇଛି । ପ୍ରକାଶ ଯେ, ଗତ ୮/୬/୨୫ରେ ଏକ ହାତୀ ମୃତୁ୍ୟ ଘଟଣାକୁ ନେଇ ରେଞ୍ଜର ଗୌତମ ପ୍ରଧାନ ଓ ହିନେ୍ଦାଳ ସାମ୍ବାଦିକମାନଙ୍କ ସହ ମନୋମାଳିନ୍ୟ ହୋଇଥିଲା । ଏହାକୁ ନେଇ ହିନେ୍ଦାଳ ଥାନାରେ ଦ୍ୱାରସ୍ଥ ହୋଇଥିଲେ ଉଭୟ ପକ୍ଷ । ଯାହାକୁ ନେଇ ଅଞ୍ଚଳ ତଥା ଜିଲ୍ଲାରେ ବହୁ ବାଦ ବିବାଦ ଆଲୋଚନା ସମାଲୋଚନା ହୋଇଥିଲା । ତେବେ ହିନେ୍ଦାଳ ଉପଜିଲ୍ଲାପାଳ ପ୍ରଭାସ କୁମାର ବେଉରା, ଉପଖଣ୍ଡ ଆରକ୍ଷୀ ଉପଅଧିକ୍ଷକ ସତ୍କୁମାର ନନ୍ଦ ଉଦ୍ୟମରେ ଏବଂ ହିନେ୍ଦାଳ ଥାନା ଅଧିକାରିଣୀ ଚାରୁଲତା ବେହେରାଙ୍କ ତତ୍ୱାବଧାନରେ ଏକ ବୈଠକ କରାଯାଇ ଉଭୟଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣରେ ଆପୋଷ ବୁଝାମଣା ହୋଇଯାଇଛି । ଯେହେତୁ ଉଭୟପକ୍ଷ ବିଭିନ୍ନ କ୍ଷେତ୍ରରେ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ, ବନବିଭାଗ ଶାସନତନ୍ତ୍ର ଅଂଶବିଶେଷ ସମସ୍ତଙ୍କର ଆବଶ୍ୟକତା ସମାଜ ପାଇଁ ଥିବାରୁ ଉଭୟ ମିଳିମିଶି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ତେଣୁ ଏହି ବିବାଦ ଆଗକୁ ବଢ଼ିବା ଉଚିତ ନୁହେଁ ବୋଲି ସମସ୍ତେ ଅନୁଭବ କରିଥିଲେ । ତେବେ ଆଗକୁ ଏଭଳି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ଉଭୟପକ୍ଷ ଯଥେଷ୍ଟ ଯନôଶୀଳ ରହିବେ ବୋଲି ରାଜି ହୋଇ ଆପୋଷ ବୁଝାମଣା ହୋଇଥିଲେ । ଏବଂ ଉଭୟ ନିଜ ନିଜ କ୍ଷେତ୍ରରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ସହ ଜନସାଧାରଣଙ୍କୁ ଉଚିତ ସେବା ଯୋଗାଇ ଦେବେ ବୋଲି ଉଭୟ ପକ୍ଷ ପ୍ରକାଶ କରିଛନ୍ତି ।